ଝିରିପାଣି ଗ୍ରାମରେ ମାଓ ପୋଷ୍ଟର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ  ବେଲଘର ଥାନା ଝିରିପାଣି ଗ୍ରାମରେ ବାଂଶଧାରା- ନାଗାବଳୀ- ଘୁମୁସର ମାଓ ଡିଭିଜନ ପକ୍ଷରୁ ଏକ ହାତ ଲେଖା ପୋଷ୍ଟର ମାରି ପୁଲିସ ଇନଫର୍ମର ମାନଙ୍କୁ ଚେତାବନୀ ଦେଇଛନ୍ତି  l ଏଥିରେ କୁଆଡେ ଗଣ୍ଡ ସମାଜ ର ପିଲା ମାନଙ୍କୁ ପୋଲିସ ଇନଫର୍ମର ନ ହେବା ପାଇଁ ଚେତାବନୀ ଦିଆଯାଇଛି । ଯେଉଁମାନେ ପୋଲିସ ଇନଫର୍ମର ବନୁଛନ୍ତି ସେମାନଙ୍କ ତାଲିକା ପୋଷ୍ଟରରେ ମରାଯାଇଛି । ଏହି କାମରୁ ନିବୃତ ରହିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ନଚେତ ହେମନ୍ତ ଏବଂ ଭବାନୀ ଙ୍କ ଭଳି ଦଶା ଭୋଗିବାକୁ ପଡିବ ଏବଂ ଏଥି ପାଇଁ ରାଜ୍ୟ ସରକାର ଓ ରାଜ୍ୟସରକାର ଙ୍କ ପୁଲିସ ଅଧିକାରୀ ମାନେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ସୂଚନା ଯୋଗ୍ୟ ଯେ ଗତ ଜାନୁଆରୀ ୨୯ ତାରିଖରେ ସଶସ୍ତ୍ର ମାଓବାଦୀ ମାନେ ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚ ଙ୍କ ପୁଅ ସମେତ ଅନ୍ୟ ଜଣଙ୍କୁ ଘରୁ ଟେକି ଆଣି ନିର୍ମମ ଭାବେ ହତ୍ୟା କରିଥିଲେ, ତା ପରେ ପୁଣି ସେହି ଗାଁ ର ଅନ୍ୟ ୨ ଜଣଙ୍କୁ  ଅପହରଣ କରିନେବା ପରେ ସେମାନଙ୍କୁ ଚବିଶି ଘଣ୍ଟା ପରେ ଛାଡିଥିଲେ l  ଫଳରେ ଗାଁ ଲୋକେ ଭୟଭୀତ ହୋଇ ରହିଥିବା ବେଳେ ଆଜିର ଏହି ପୋଷ୍ଟର ପୁଣି ଲୋକଙ୍କ ନିଦ ହଜାଇବା   ସହ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ