ଝିଲିକଙ୍କ ମଥାରେ ଡ୍ୟାନିଙ୍କ ସିନ୍ଦୁର
ଭୁବନେଶ୍ୱର : ‘ମୋର କୌଣସି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ ହୋଇନାହିଁ । ବିବାହ ନେଇ ସେଭଳି ଯୋଜନା ବି ନାହିଁ । ମୁଁ କେବଳ ନିର୍ବାଚନମଣ୍ଡଳୀ ଓ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ।’ କିଛିଦିନ ତଳେ ଏମିତି ଟିପ୍ପଣୀ ଦେଇଥିବା ପ୍ରୀତିରଞ୍ଜନ ଘଡେ଼ଇ ବାହା ହୋଇସାରିଛନ୍ତି । ପ୍ରଥମେ ଚୋରା ଲୁଚାରେ ତାଙ୍କର ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ଗୁରୁବାର ସକାଳୁ ସକାଳୁ ଝିଲିକ ନିଜେ ଏହି ଫଟୋ ନିଜ ଫେସବୁକ ପେଜରେ ଛାଡ଼ିଛନ୍ତି । ନିଜର ନୂଆ ବୈବାହିକ ଜୀବନ ପାଇଁ ସମସ୍ତଙ୍କ ଠାରୁ ଆଶୀର୍ବାଦ ବି ଲୋଡ଼ିଛନ୍ତି ।
ରାଜସ୍ଥାନର ଜୟପୁର ସହରରେ ଉଭୟ ବିବାହ କରିଛନ୍ତି । ବୁଧବାର ରାତିରେ ଡ୍ୟାନି ଓ ଝିଲିକଙ୍କ ଫଟୋ ଭାଇରାଲ ହୋଇଥିଲେବି ଏନେଇ ଉଭୟଙ୍କ ପକ୍ଷରୁ କିଛି କୁହାଯାଇନଥିଲା । ତାଙ୍କର ନିକଟତମ ଲୋକ ବି କେବଳ ନିର୍ବନ୍ଧ ହୋଇଛି ବୋଲି କହି କଥାକୁ ବାଆଁରେଇଥିଲେ । କିନ୍ତୁ ଝିଲିକ ଗୁରୁବାର ନିଜର ସିନ୍ଦୁର ଲଗା ଫଟୋ ଫେସବୁକରେ ଛାଡ଼ିଛନ୍ତି । ଗୋଟିଏ ଫଟୋରେ ଡ୍ୟାନି ସିନ୍ଦୁର ଲଗାଉଥିବାବେଳେ ଅନ୍ୟ ଏକ ଫଟୋରେ ପ୍ରଫୁଲ୍ଲ ଘଡ଼େଇ ବି ରହିଛନ୍ତି ।