ଝିଲିକିରେ ବଜରଙ୍ଗ ଦଳର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅଡ଼ବାର ଝିଲିକି ଠାରେ ଏକ ବୈଠକରେ ନୂତନ ରୂପେ ବଜରଙ୍ଗ ଦଳ ଗଠନ ହୋଇଯାଇଛି। ଆୟୋଜିତ ସଭାରେ ସଂଯୋଜକ ଭାବେ ସଂଗ୍ରାମ ପାଇକ, ସହ ସଂଯୋଜକ ରାଜୀବ ବେହେରଦଳାଇ, ଗୋ ରକ୍ଷା ପ୍ରମୁଖ ଧୀରେନ୍ଦ୍ର ପାତ୍ର, ବଳ ଉପାସନା କେନ୍ଦ୍ର ପ୍ରମୁଖ ଦିବାକର ପ୍ରଧାନୀ, ସାପ୍ତାହିକ ମିଳନ କେନ୍ଦ୍ର ପ୍ରମୁଖ ଅଜିତ ବେହେରଦଳାଇ, ସୁରକ୍ଷା ପ୍ରମୁଖ ଡମ୍ବରୁ ପ୍ରଧାନୀ, ମହାବିଦ୍ୟାଳୟ ସମ୍ପର୍କ ପ୍ରମୁଖ ତୋଫାନ୍ କାର୍ଯ୍ୟଙ୍କୁ ମନୋନ ନାନୀତ କରାଯାଇଛି। ଏହି କାର୍ଯ୍ୟ ଏହି କାର୍ଯ୍ୟକ୍ରମରେ । ବିଶ୍ବହିନ୍ଦୁ ପରିଷଦ ଜିଲା ସମ୍ପାଦକ ନାରାୟଣ ରଇତ, ଆର୍‌ଏସ୍ଏସ୍ ପ୍ରଚାର ପ୍ରମୁଖ ବାବୁଲା ସେଠୀ, ବଜରଙ୍ଗ ଦଳ ଜିଲା ସଂଯୋଜକ ରବୀନ୍ଦ୍ର ନାୟକ, ଭାଜପା ରାଜ୍ୟ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶତାଧ୍କ ବଜରଙ୍ଗ ଦଳ କର୍ମୀ ପୂଜା ପାଠ କରି ସଂକଳ୍ପ ନେଇ ଦେଶର ସେବା, ସୁରକ୍ଷା ସଂସ୍କାର ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ