ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଅବସର ଓ ନୂତନ ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅବସର ନେଵା ଏବଂ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ତେବେ ଗୋଟିଏ ମଞ୍ଚରେ ଅବସରକାଳୀନ ସମ୍ବର୍ଦ୍ଧନା ଆଉ ନୂତନ ଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଖୁବ ସୁନ୍ଦର ପରିବେଶ ଭିତରେ ସୃଷ୍ଟି ହୋଇଥିଲା ରୋମାଞ୍ଚକର ସ୍ଥିତି । ତେବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନ ଚାକିରୀ ରୁ ଅବସର ନେଇ ଥିବା ବେଳେ , ସେହି ମହାବିଦ୍ୟାଳୟ ର ଇଂରାଜୀ ପ୍ରଧ୍ୟାପକ ଦେବବ୍ରତ ମିଶ୍ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ମୁତାବକଇଂରାଜୀ ପ୍ରଧ୍ୟାପକ ଦେବବ୍ରତ ମିଶ୍ର ବିଧିବଦ୍ଧ ଭାବେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆୟୋଜିତ ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟାପକ ବିନାୟକ ମହାନ୍ତ,ଡ଼ଃ. ମନୋରଞ୍ଜନ କର, ବିଷ୍ଣୁଚରଣ ସାହୁ, ତ୍ରିଲୋଚନ ମହାନ୍ତ, ପ୍ରଦ୍ୟୁମ୍ନ କିଶୋର ବେଉରା, ବିଜୟ କୁମାର ପ୍ରଧାନ, ଅଧ୍ୟାପିକା ଡ଼ଃ. ଶୁଭସ୍ମିତା ପଣ୍ଡା, ନମିତା ସାହୁ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ତେବେ ଚାକିରୀ ରୁ ଅବସର ନେଇଥିବା ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ଅବସରରେ ତାଙ୍କର ପରବର୍ତ୍ତୀ ଜୀବନ ଦୀର୍ଘାୟୁ, ନିରୋଗ, ସୁଖୀ ଓ ମଙ୍ଗଳମୟ ହେଉ ବୋଲି ଈଶ୍ବରଙ୍କ ନିକଟରେ କାମନା କରିଥିବା ବେଳେ, ନୂତନ ଅଧ୍ୟକ୍ଷ ଦେବବ୍ରତ ମିଶ୍ର ଙ୍କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମହାବିଦ୍ୟାଳୟ ତରଫରୁ କରାଯାଇଥିଲା। ତେବେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ଉତ୍ସାହିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ