ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପଳସା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ ୧୬ ବର୍ଷୀୟା ନାବାଳିକା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚାନନୁଯାୟୀ ଜଣାପଡିଛି ଯେ, ଉକ୍ତ ଗ୍ରାମର ଜଣେ ନାବାଳିକା ଶୁକ୍ରବାର ସକାଳ ସମୟରେ ଶୌଚ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । ସ୍ଥାନୀୟ ଲୋକେ ଶନିବାର ଅପରାହ୍ନ ସମୟରେ ନିକଟସ୍ଥ ଜଙ୍ଗଲରେ ଏକ ବର ଗଛରେ ନିଜେ ପିନ୍ଧିଥିବା ଓଢଣୀରେ ଜୈନେକା ନାବାଳିକା ଫାଶି ଲଗାଇ ଆମ୍‌ôହତ୍ୟା କରିଥିବା ଦେଖିବାକୁ ପାଇ ବାମେବାରୀ ପୋଲିସକୁ ଜଣାଇଥିଲେ । ପୋଲିସ ଖବରପାଇ ଘଟଣାସ୍ଥଳକୁ ଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ