ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଗ୍ରାମରେ ଜଣେ ବିବାହିତା ମହିଳା ଘରର କାନ୍ଥ ଦୁଲାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବିବାହିତ ମହିଳା ଜଣକ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଝାଡଭୁଇଁ ଗ୍ରାମର ଯୋଗୀ ଡାକୁଆଙ୍କ ଝିଅ ସୁନିତା ଡାକୁଆ (୩୫) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୁନିତା ଗାଙ୍ଗପୁର ଥାନା ପାଇଲିପଡା ଗ୍ରାମର ଶିବ ଡାକୁଆଙ୍କୁ ଆଠ ବର୍ଷ ତଳେ ବିବାହ କରିଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାନସିକ ଚାପରେ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କର ଗୋଟିଏ ପାଞ୍ଚ ବର୍ଷର ପୁଅ ଓ ତିନି ବର୍ଷର ଝିଅ ରହିଛି । ଏନେଇ ସୁନିତାଙ୍କ ମା କଙ୍କଜ ଡାକୁଆ ଗାଙ୍ଗପୁର ଥାନାରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରିବା ସହ ପୋଷ୍ଟମୋର୍ଟମ ନିମନ୍ତେ ଭଂଜନଗର ମେଡିକାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ