ଝୁଲନ୍ତା ଅବସ୍ଥାରେ ମହିିଳାଙ୍କ ଶବ ଉଦ୍ଧାର
ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ) : ସହରର ଶ୍ରୀରାମ ମନ୍ଦିର ସାହିରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମହିଳା ଜଣକ ପରିଚୟ ମମତା ନାୟକ ( ୨୪ ) ହୋଇଥିବା ବେଳେ ରିପିିଟି ପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ୮ ବର୍ଷ ତଳେସେ ମୁଜାଗଡ ଗ୍ରାମରେ ସେ ବିବାହ କରିଥିଲେ । କିନ୍ତୁ କୈାଣସି କାରଣରୁ ମହିଳା ଜଣକ ନିଜର ସ୍ୱାମୀକୁ ଛାଡି ଶ୍ରୀରାମ ମନ୍ଦିର ସାହିରେ ଏକ ଭଡା ଘରେ ରହୁଥିଲେ । ସେ କୈାଣସି କାରଣରୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଭଞ୍ଜନଗର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ଶବ ଉଦ୍ଧାର କରି ଶବ ବେବଛେଦ ପାଇଁ ମେଡିକାଲକୁ ପଠାଇଛି ।