ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ସହରର ମାଲସାହିର କାଳୀ ମନ୍ଦିର ନିକଟ ଏକ ଗଛରେ ଜଣେ ଯୁବକ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକଙ୍କ ପରିଚୟ ନୀଳମାଧବ ପାତ୍ର (୪୫ ) ବର୍ଷ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଭୋର ସକାଳୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବବ୍ୟେବଚ୍ଛେଦ ପରେ ତାଙ୍କୁ ପରିବାରଙ୍କ ୁ ହସ୍ତାନ୍ତର କରିଛି । ଏନେଇ ପୋଲିସ ତରଫରୁ ଏକ ଅପମୃତ ମାମଲା ରୁଜୁ କରି ପାରିବାରିକ କଳହକୁ କେନ୍ଦ୍ର କରି ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ କହିଛନ୍ତି ।