ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ ନୁଆ ଗାଁ ପଂଚାୟତ କୁରୁମ ପଢାଳ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣକ ପରିଚୟ ସେହିଗ୍ରାମର ସୁଦର୍ଶନ ବେହେରା (୧୯) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ କୈାଣସି ଘଟଣାକୁ କେନ୍ଦ୍ରକରି ପାରିବାରିକ କଳହ ହୋଇଥିଲା । ଏହା ପରେ ମଙ୍ଗଳବାର ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଯୁବକ ଜଣକ ମାନସିକ ଚାପରେ ବାହାରକୁ ଆସିଥିଲେ । ରାତିରେ ଆଉ ଘରକୁ ଫେରିନଥିଲେ । ବୁଧବାର ସକାଳେ ସ୍ଥାନୀୟ ଲୋକେ ସକାଳୁ ସ୍ନାନ ଓ ଫୁଲ ତୋଳିବା ପାଇଁ ଯାଇଥିବା ବେଳେ ବଡ ନଦୀ ର ହୁଡାରେ ଥିବା ଏକ କାକପୋଇ ଗଛରେ ଝୁଲିରହିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ ।ଏହା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦେଖିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟେବଚ୍ଛେଦ ନିମନ୍ତେ ଭଂଜନଗର ମେଡିକାଲକୁ ପଠାଇଥିବା ପଠାଇଛି ।