ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶ ଲୁଣ୍ଡି ପଂଚାୟତ ବଡ କୋଦଣ୍ଡା ଛକ ନବ ନିର୍ମାଣାଧୀନ କୋଠା ଘର ଉପର ମହଲାରେ ୨୫ ବର୍ଷୀୟ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଲିଛି।ସୂଚନା ଅନୁସାରେ ମୃତକ ଯୁବକ ଜଣକ ନିଜ ଘର ଫୁଲବାଣୀ ବାଗଦେବୀ ସାହି,ଯୁବକ ଙ୍କ ନା ଶୁଭମ ଗୌଡ଼,ପିତା ସୁରେନ୍ଦ୍ର ଗୌଡ଼।ଶୁଭମ ଆନ୍ଧ୍ର ର କୌଣସି କମ୍ପାନୀରେ କାର୍ଯ୍ୟ କରୁଥିଲେ ଓ ସେ ଗତ ରବିବାର ଭଞ୍ଜନଗର ନିକଟ ମୁଜାଗଡ ନିଜ ଆଇ ଘରକୁ ଯାଇଥିଲେ। ତାଙ୍କ ମାଉସୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରକାଶ କରିଥିଲେ।ଯୁବକଙ୍କ ମାଉସୀ ଙ୍କ କହିବା କଥା ଯେ ସେ ଶୁଭମ ସହ ନିଜ ଝିଅର ଝିଅ କୁ ବଡ଼ କୋଦଣ୍ଡା ଛକ ଶିଶୁ ଡାକ୍ତର ଙ୍କୁ ଦେଖାଇବାକୁ ଆସିଥିଲେ କିନ୍ତୁ ହଠାତ ଶୁଭମ କେଉଁ ଆଡେ ଚାଲିଗଲେ,ବହୁତ ଖୋଜାଖୋଜି ପରେ ନ ମିଳିବାରୁ ତାପରେ ସେମାନେ ମୁଜାଗଡ କୁ ଫେରିଗଲେ,କିନ୍ତୁ ଆଜି ସକାଳେ ଶୁଭମ ର ମୃତ ଦେହକୁ ମାଉସୀ ଦେଖିବା ପରେ ଘର ଅନ୍ୟ ମାନଙ୍କୁ ଜଣାଇଥିଲେ। ମାଉସୀ ଙ୍କ କହିବା ଅନୁସାରେ କୋୖଣସି ଯୁବତୀ ସହ ପ୍ରେମ ସମ୍ପର୍କ ଥିଲା ସେଥିପାଇଁ ଆତ୍ମହତ୍ୟା କରିଥାଏ ପାରେ ବୋଲି କହିଛନ୍ତି।ନବ ନିର୍ମିତ ଘର ମାଲିକ ଭଞ୍ଜନଗର ପୋଲିସ କୁ ଜଣାଇବା ପରେ ପୋଲିସ ମୃତ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ