ଝୁଲନ୍ତା ଅବସ୍ଥା ରେ ସ୍ଵାମୀ ସ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ଦୁଇଜଣ ଆତ୍ମହତ୍ୟା କରିଛନ୍ତି, ଯାହା ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା, ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଗ୍ରାମରେ ଥିବା ମଣ୍ଡାପେନୁ ମୁଣ୍ଡିଆରେ ଏକ ମହୁଲ ଗଛରେ ସ୍ଵାମୀ, ସ୍ତ୍ରୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା, ତେବେ ଗାଁ ଲୋକଙ୍କ କହିବା ଅନୁସାରେ ମୃତ ସ୍ଵାମୀ ମନୋରଞ୍ଜନ ନାୟକ(୪୭) ନିଜ ପଞ୍ଚାୟତରେ ଗାଁ ସାଥି ଭାବେ କାମ କରୁଥିଲେ ଏବଂ ସ୍ତ୍ରୀ ସ୍ମିତାଞ୍ଜଳି ନାୟକ(୩୮) ନିଜ ଗ୍ରାମର ଆଶା କର୍ମୀ ଭାବେ କାମ କରୁଥିଲେ, ପରିବାର କହିଲେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ବଡ ପୁଅ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଏବଂ ମଝିଆ ଝିଅ +୩ ପ୍ରଥମ ବର୍ଷ ନୟାଗଡ଼ କଲେଜରେ ପାଠ ପଢୁଥିବା ବେଳେ ୧୦ ବର୍ଷର ସାନ ପୁଅ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ।ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ, ସୋମବାର ସକାଳ ୬ ଘଣ୍ଟିକା ସମୟରେ ସ୍ବାମୀ ସ୍ତ୍ରୀ ପ୍ରାତଃ ଭ୍ରମଣରେ ବାହାରିଥିଲେ କିଛି ସମୟ ପରେ ଉଭୟେ ଆତ୍ମହତ୍ୟା କରିଥିବା ଜଣାପଡ଼ିଲା । ଖବର ପାଇ ଘଟଣା ସ୍ଥଳରେ ସାରଙ୍ଗଡ ପୋଲିସ ପହଞ୍ଚିଛି କେସ ନଂ. ୮/୨୦୨୨ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପରିବାର ଶାନ୍ତ,ନମ୍ର, ପରୋପକାରୀ ସ୍ୱଭାବର ପରିବାର ବୋଲି ଗ୍ରାମବାସୀଙ୍କ ମତ ରହିଥିଲା। ଘଟଣା ସ୍ଥଳକୁ ଫୁଲବାଣୀରୁ ସାଇଣ୍ଟିଫିକ ଟିମ୍ ଆସି ଯାଞ୍ଚ ପରେ ବାଲିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ତେବେ କେଉଁ କାରଣରୁ ଉକ୍ତ ପରିବାର ଆତ୍ମହତ୍ୟା କରିବା ପନ୍ଥା ବାଛି ନେଲେ ତାହା ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଯେଉଁ ମହୁଲ ଗଛରେ ସେମାନେ ଆତ୍ମହତ୍ୟା କରିଛନ୍ତି ସେଠାରେ ସ୍ମିତାଞ୍ଜଳି ନାୟକଙ୍କର ଗୋଟିଏ ହାତର ଚୁଡ଼ି ବାହାର କରି ଡାଳରେ ଟଙ୍ଗେଇଥିବା ବେଳେ ସ୍ବାମୀ ଲୁଙ୍ଗି ସାହାଯ୍ୟରେ ନିଜ ବେକରେ ବାନ୍ଧି ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ସ୍ତ୍ରୀ ଦୌଡ଼ି ସାହାଯ୍ୟରେ ନିଜ ବେକ ବାନ୍ଧି ଗଛ ଡାଳରେ ଝୁଲୁଥିବା ଦେଖିବାକୁ ମିଳିଛି, କିନ୍ତୁ ଆଣ୍ଠୁ ମାଡ଼ି ହୋଇ ତଳେ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଶବ ବ୍ୟବଚ୍ଛେଦ ଓ ଅଧିକ ତଦନ୍ତ ପରେ ପ୍ରକୃତ ଘଟଣାର ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ