ଝୁଲନ୍ତା ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଳକର କେନ୍ଦ୍ରେଇ ଗ୍ରାମର ଜନୈକ ମହିଳା ଗୁରୁବାର ଅପରାହ୍ନ ୪ଟା ପାଖାପାଖି ସମୟରେ ଘର ଭିତରେ ଫାଶି ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କେନ୍ଦ୍ରେଇ ଗ୍ରାମର ମୋଙ୍ଗିଲାଲଙ୍କ ପତ୍ନୀ ବନିତା ବେହେରା (୨୯) ଫାଶି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଶୁକ୍ରବାର ଦିନ ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବରକେଶ ନମ୍ବର ୧୭୭/୨୨ ରୁଜୁ କରି ଶବକୁ ବ୍ୟବଛେଦ କରାଇ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି । ମହିଳାଙ୍କ ବାପଘର ଲୋକେ ବଧୂ ନିର୍ଯାତନା ନେଇ ଲିଖିତ ଅଭିଯୋଗ କରିଛନ୍ତି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ପୋଲିସ ତଦନ୍ତ ପରେ ଅସଲି ତଥ୍ୟ ଲୋକଲୋଚନକୁ ଆସିବ ।


