ଝୁଲନ୍ତା ମୀନାର୍

ଦୁନିଆରେ ଏମିତି କିଛି ଜାଗା ରହିଛି, ଯାହାର ରହସ୍ୟ କେହି ହେଲେ ଜାଣି ପାରିନାହାନ୍ତି । ତେଣୁ ଏହାକୁ ନେଇ ଏବେ ବି ଚାଲିଛି ଗବେଷଣା ଓ ଅଧ୍ୟୟନ । ଏହା ମଧ୍ୟରୁ ଗୋଟିଏ ହେଉଛି ଝୁଲନ୍ତା ମୀନାର । ସାଉଦି ବଶିର ମସ୍ଜିଦ୍ର ଏହି ମୀନାରକୁ ଝୁଲନ୍ତା ମୀନାର ମଧ୍ୟ କୁହାଯାଏ । ଏହା ମଧ୍ୟରୁ ଗୋଟିଏ ମୀନାର ମସ୍ଜିଦ୍ର ବିପରୀତ ସାରଙ୍ଗପୁର ଦରୱାଜା ନିକଟରେ ରହିଛି ଓ ଅନ୍ୟଟି ରାଜବିବି ମସ୍ଜିଦ୍ର ବିପରୀତ ଅହମ୍ମଦାବାଦ ରେଲୱେ ଷ୍ଟେସନ ଭିତରେ । ତେବେ ଏହାକୁ ନେଇ ଇଞ୍ଜିନିୟରମାନେ ଭିନ୍ନ ଭିନ୍ନ ମତ ରଖନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହାର ରହସ୍ୟ କେହି ହେଲେ କହିପାରିନାହାନ୍ତି । କୁହାଯାଏ ଯେ, ବ୍ରିଟିଶ ଶାସନ କାଳରେ ବ୍ରିଟେନ୍ରୁ ଆର୍କିଟେକ୍ଟ ଓ ଇଞ୍ଜିନିୟରମାନଙ୍କୁ ଡକାଯାଇଥିଲା । ଏହା ସତ୍ତେ୍ୱ କୌଣସି କାରଣ ଜଣାଯାଇନଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଅନେକ ଥର ଭୂକମ୍ପର ଝଟ୍କା ଏହାର କିଛି କରିପାରିବନି । ଏହା ଉପରକୁ ଚଢିବାକୁ ପର୍ଯ୍ୟଟକମାନଙ୍କ ପାଇଁର୍ ନିଷେଧ ଥିଲେ ବି ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସନ୍ତି ଦେଖିବାକୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ