ଝୁଲାନ୍ତ ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର
ଗଞ୍ଜାମ, (ଓ୍ବାଇଏନ୍ଏସ୍): ରମ୍ଭା ସହର ସ୍ଥିତ ଚାମୁଣ୍ଡା ପ୍ରିଣ୍ଟିଂଙ୍ଗ ପ୍ରେସ ଗୃହ ମଧ୍ୟରୁ ଝୁଲାନ୍ତ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି , ରମ୍ଭା ପୋଲିସ । ମୃତ ବ୍ୟକ୍ତି ଜଣକ ହେଲେ ପ୍ରିଣ୍ଟିଂଙ୍ଗ ପ୍ରେସ ର ମାଲିକ ବିଜୟ କୁମାର ନନ୍ଦ। ସେ ଦୀର୍ଘ ବର୍ଷି ଧରି ପ୍ରିଣ୍ଟଙ୍ଗ ପ୍ରେସ କରି ବ୍ୟବେସାୟ କରି ଆସୁଥିଲେ । ତାଙ୍କର ନିଜ ଘର ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ବାସିନ୍ଦା ଅଟନ୍ତି ।ମୃତ ର କାରଣ ଜଣାପଡିନଥିବା ବେଳେ ରମ୍ଭା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କେସ ନମ୍ବର ୧୨/୨୦୨୦ ରେ ଏକ ଅପମୃତ ମାମଲା ରୁଜୁ କରାଯାଇଥିବା ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠି କହିଛନ୍ତି ।