ଝୋଟ ଚାଷ ନେଇ ଚାଷୀଙ୍କୁ ସଚେତନତା

ହାଟଡ଼ିହି, (ବିକାଶ ବିଶ୍ୱାଳ): ନିକଟସ୍ଥ ଅକରୁଆ ଅଞ୍ଚଳରେ ଝୋଟ ଚାଷ ହୋଇଆସୁଥିବାବେଳେ ଏବେ ଝୋଟଚାଷ ପ୍ରତି ଚାଷୀମାନେ ଆଗ୍ରହ ଦେଖାଉ ନଥିବାରୁ ଭାରତୀୟ ଝୋଟ ନିଗମ ସଂସ୍ଥା ସଇଲଙ୍ଗ ପକ୍ଷରୁ ଚାଷୀମାନଙ୍କୁ ଉତ୍ସାହିତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଞ୍ଚଳିକ ପ୍ରଶିକ୍ଷକ ସୁମନ କୁଣ୍ଡୁ, ନିଗମର ଆଞ୍ଚଳିକ ପରିଚାଳକ ବିଜୟ ସାହୁ, କାର୍ଯ୍ୟାଳୟ ପରିଚାଳକ ଡି. ଜେନା, ଗୋଷ୍ଠୀ ପର୍ଯ୍ୟବେକ୍ଷକ ସଦାନନ୍ଦ ଦାସ, ପ୍ରଶିକ୍ଷକ କର୍ତ୍ତା ବସନ୍ତ ଚିନରା ପ୍ରମୁଖ ଅକରୁଆ ଗ୍ରାମର ଚାଷୀ ମାନଙ୍କୁ ଝୋଟଚାଷ ଦ୍ୱାରା କିପରି ଲାଭବାନ ହେବ ସେନେଇ ସଚେତନ କରାଇଥିଲେ । ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ସହିତ ‘ଜ୍ୟୁଟ ଆଇ କେୟାର’ ପ୍ରୋଜେକ୍ଟର ଭାରତୀର ଝୋଟ ନିଗମ ଓ ନ୍ୟାସନାଲ ଜ୍ୟୁଟ ବୋର୍ଡର ମିଳିତ ସହଯୋଗରେ କ୍ରାଇଜାଫ୍ ସୋନା ପାଉଡର ବିତରଣ କରିଥିଲେ । ଏହି ପାଉଡର ଦ୍ୱାରା ନଳିତା ଶୀଘ୍ର ପଚିବା ସହିତ ଉନ୍ନତ କିସମର ଝୋଟ ବାହାରିଥାଏ ବୋଲି ଅଧିକାରୀ ମାନେ ଚାଷୀଙ୍କୁ ବୁଝାଇଥିଲେ । ଏଥିରେ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ