ଝଡ଼ିଥିବା କେଶରୁ ପ୍ରସ୍ତୁତ ହେଲା ସାର
ଚେଷ୍ଟା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଦୁଇ ଛାତ୍ରୀ । ସେମାନେ ଝଡ଼ୁଥିବା କେଶରୁ ସାର ପ୍ରସ୍ତୁତ କରି କୃଷି ବିଜ୍ଞାନ ଜଗତରେ ଏକ ବେପ୍ଳବିକ ପରିବର୍ତ୍ତନ ଆଣିଛନ୍ତି । କର୍ଣ୍ଣାଟକ ବେଲଗାଭିର ଦୁଇ ଜଣ ଛାତ୍ରୀ ଏବେ କେଶରୁ ଉର୍ବରକ ଉତ୍ପାଦନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ବେଲଗାଭିର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀ ଖୁସି ୱାଙ୍ଗଲକର ଓ ରେମିନିକା ଯାଦବ । ମଣିଷ କେଶରୁ ବିକଶିତ ଉର୍ବରକ ବାହାର କରି ଏଥିରୁ ଫସଲ ଉତ୍ପାଦନ କରିଛନ୍ତି ଆଇସିଏଆରର ବୈଜ୍ଞାନିକଙ୍କ ପ୍ରେରଣା ପାଇ ଏହି ଦୁଇ ଜଣ ଛାତ୍ରୀ ଗଛ ବୃଦ୍ଧି ପାଇଁ ଆବଶ୍ୟକୀୟ ଉର୍ବରକ ଆବିଷ୍କାର କରିଛନ୍ତି । ଦୁଇ ଜଣ ଛାତ୍ରୀ ପ୍ରମାଣିତ କରିଛନ୍ତି ଯେ କେଶରେ ପୋଷକ ତତ୍ତ୍ୱ ରହିଥିବାବେଳେ ଏଥିରୁ ତରଳ କାର୍ବୋନିକ ଉର୍ବରକ ଆବିଷ୍କାର କରିଛନ୍ତି ଏହି ଉର୍ବରକକୁ ସେମାନେ କ୍ଷେତରେ ଟମାଟୋ, ଫୁଲକୋବି ଓ ଲଙ୍କା ମଞ୍ଜି ସହ ବ୍ୟବହାର କରିଥିଲେ । ଯେଉଁଥିରୁ ସେମାନଙ୍କୁ ସଫଳତା ମିଳିଥିଲା । ଦୁଇ ଛାତ୍ରୀଙ୍କ ଉର୍ବରକକୁ ଯେତେବେଳେ ପାଳଙ୍ଗ ଚାଷ ପାଇଁ ପରୀକ୍ଷା କରାଯାଇଥିଲା, ସାଧାରଣ ଉର୍ବରକରେ ପାଳଙ୍ଗ ଶାଗ ୧.୭ କିଲୋଗ୍ରାମ ହେଉଥିବାବେଳେ କେଶ ଉର୍ବରକରେ ଏହି ଶାଗ ୨.୩ କିଲୋଗ୍ରାମ ହୋଇଥିଲା, ଯାହାକି ଏବେ ବିଜ୍ଞାନର ନୂଆ ଦିଶାକୁ ଲୋକଲୋଚନକୁ ଆଣିଛି । ଦୁଇ ଜଣ ଛାତ୍ରୀ ଏବେ ନଭେମ୍ବର ୨୫ରେ ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ବାଳ ବିଜ୍ଞାନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛନ୍ତି ।