ଞ୍ଚଇ-ପିଓଏସ୍ ମେସିନ୍ ବ୍ୟବହାରରେ ଯୋଗୁ ହେବନି ୧୬ ରିଟେଲଙ୍କ ଲାଇସେନ୍ସ ନବୀକରଣ
ନାଉଗାଁ : ବ୍ଲକର ୧୬ ଜଣ ରିଟେଲ ଲାଇସେନ୍ସ ନବୀକରଣ ଉପରେ ପ୍ରଶାସନ ରୋକ ଲଗାଇଛି । ସରକାରଙ୍କ ପକ୍ଷରୁ ଗତ ୭ ମାସ ଧରି ପିଡିଏସ୍ ବଂଟନ (ଇ-ପିଓଏସ୍) ମେସିନ ବ୍ୟବହାରକୁ ଅନୁଧ୍ୟାନ କରାଯାଇଥିଲା । ଏହି ଖୁଚୁରା ବିକ୍ରୟ କେନ୍ଦ୍ରରେ ଏହା ଉପରେ ଗୁରୁତ୍ୱ ଦିଆ ନଯାଇ ବ୍ୟାପକ ଅନିୟମିତତା କରାଯାଇଛି । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଆୟୋଗ ନାଉଗାଁ ବ୍ଲକର ୧୬ଜଣ ବେସରକାରୀ ରିଟେଲରଙ୍କୁ ଖାଦ୍ୟ ସାମଗ୍ରୀ ବଂଟନରୁ ବାଦ ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏମାନେ ହେଲେ ଶିଖର ପଂଚାୟତର ଚିତ୍ରସେନ ପରିଡା, ଡାବରର ପୂର୍ଣ୍ଣଚନ୍ଦ୍ର ସାହୁ, ଜ୍ଞାନେନ୍ଦ୍ର ପରିଡା, ଗଜରାଜପୁରର ତ୍ରିଲୋଚନ ନାୟକ, ଚିତରଂଜନ ପାଢୀ, ଜାମୁଗାଁର ଅଜୟ ପରିଡା, ଗଳଦାରୀର ମାଧବାନନ୍ଦ ମଲ୍ଲିକ, ଓଷକଣାର ନରେଶ ସ୍ୱାଇଁ, ବିଜୟ କୁମାର ଜେନା, ବଛାଳୋର କେଦାରନାଥ ଲେଙ୍କା, କୋରୁଅର ହିରଣ୍ୟ ସ୍ୱାଇଁ, ବାଂଶର ଭୋଳାନାଥ ପରିଡା, ନୁଆଗାଁର ପ୍ରଫୁଲ କୁମାର ପରିଡା, ତ୍ରିଲୋଚନ ଗଛାୟତ, ନାଉଗାଁର ପ୍ରତାପ ବେହେରା ପ୍ରମୁଖ । ଏହି ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ରର ଖାଉଟିମାନେ ଆଗାମୀ ଦିନରେ କେମିତି ସାଧାରଣ ବଂଟନ ବ୍ୟବସ୍ଥାରେ ଖାଉଟି ଦ୍ରବ୍ୟ ପାଇବେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇପାରେ । ଏଠାରେ ସୂଚନା ଥାଉକି, ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ୨୯ଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ୧୬୪୮୪ଟି ରାସନ କାର୍ଡ ଜରିଆରେ ୬୩୯୩୫ ଜଣ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଯୋଗାଇ ଦିଆଯାଉଥିଲା ।