ଟଏଲେଟ୍ ପେପରରେ ବିବାହ ପୋଷାକ
ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ । କେଉଁଠି ଚଟ୍କଣି ମାରିବା ପ୍ରତିଯୋଗିତା ତ ଆଉ କେଉଁଠି ହାଇହିଲ୍ ପିନ୍ଧି ମହିଳାମାନଙ୍କ ଦୌଡ଼ ପ୍ରତିଯୋଗିତା । ଏମିତି ଏକ ପ୍ରତିଯୋଗିତା ନ୍ୟୁୟର୍କରେ ମଧ୍ୟ ଆୟୋଜିତ ହୋଇଯାଇଛି । ଯେଉଁଠାରେ ଟଏଲେଟ୍ ପେପରରେ ବିବାହ ଡ୍ରେସ୍ ତିଆରି ପରି ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଉ ଏପରି କରି ଜଣେ ମହିଳା ୭ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିଛନ୍ତି ।ଦଦ୍ଭଏହି ପ୍ରତିଯୋଗିତାରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ୧୦ ପ୍ରତିଯୋଗୀ ମନୋନୀତ ହୋଇଥିଲେ । ଏହି ପ୍ରତିଯୋଗିତାରେ ଦକ୍ଷିଣ କାରୋଲିନାର ମିମୋଜା ହାକ୍କା ବିଜେତା ଘୋଷିତ ହୋଇଛନ୍ତି । ଖାସ୍ କଥା ହେଲା, ଏହି ପ୍ରତିଯୋଗିତାରେ ବିବାହ ପୋଷାକ ଟଏଲେଟ୍ ପେପରରେ ତିଆରି କରାଯାଇଛି । ଏଥିସହ ସୂତା, ଟେପ୍ ଏବଂ ଅଠାର ବ୍ୟବହାର ହୋଇଛି । ମିମୋଜା ପୁରା ୪୮ଟି ବଣ୍ଡଲ ଟଏଲେଟ୍ ପେପର ବ୍ୟବହାର କରି ଏହି ପୋଷାକ ତିଆରି କରିଥିଲେ । ଯାହାକି ସବୁଠାରୁ ଶ୍ରେଷ୍ଠ ରୂପେ ବିବେଚିତ କରାଗଲା । ଏହି ପୋଷାକ ତିଆରି କରିବାକୁ ମିମୋଜାଙ୍କୁ ୪୦୦ ଘଣ୍ଟା ଲାଗିଥିଲା । ମିମୋଜାଙ୍କୁ ବିଜେତା ରୂପେ ୭ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ଏହା ଆମେରିକାର ଏକ ଟିଭି ଶୋଦ ‘ରେ ମଧ୍ୟ ଦେଖିବାକୁ ମିଳିଥିଲା ।


