ଟଙ୍କା ଓ ମୋବାଇଲ ଲୁଟ, ୩ ଅଭିଯୁକ୍ତ ଗିରଫ

ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ବାମେବାରୀ ରାସ୍ତାରେ ୩ଜଣ ବ୍ୟକ୍ତିଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟ ଘଟଣାରେ ପୋଲିସ ୩ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ବଳଦ ନେଇ ଚମ୍ପୁଆ ସାନନଇ ଗ୍ରାମର ଦିପକ କୁମାର ଦାସ ଓ ତାଙ୍କ ୨ଜଣ ସହଯୋଗୀ ଚମ୍ପୁଆ ଅଭିମୁଖେ ଯାଉଥିବା ବେଳେ ଅଭିଯୁକ୍ତମାନେ ପିକ୍‌ଅପ ଭ୍ୟାନ ନଂ ଓଆର୦୯ଏନ ୯୦୧୪ ଯୋଗେ ଆସି ବାମେବାରୀ ଛକ ନିକଟରେ ତାଙ୍କଠାରୁ ୧୧ହଜାର ୫ଶହ ଟଙ୍କା ଓ ୩ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ବାମେବାରୀ ଥାନାରେ ଅଭିଯୋଗ ହେବା ପରେ ବାମେବାରୀ ପୋଲିସ କେସ୍ ନଂ ୫୧/୨୦୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ପୋଲିସ ଯୋଡା ସିଗ୍ରିକେସନର ବିଭୁ ଭୁଷଣ ବେହେରା, ବାଂଶପାଣିର ପଙ୍କଜ ଗୁପ୍ତା ଓ କୁନ୍ଦୁରୁନାଲାର ପ୍ରଦ୍ୟୁମ୍ନ ପାତ୍ରଙ୍କୁ ଗିରଫ କରିବା ସହିତ ସେମାନେ ଏହି ଲୁଟ ଘଟଣାରେ ବ୍ୟବହାର କରିଥିବା ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବା ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ