ଟଙ୍କା ପାଇଁ କାଗଜ ଠୁଙ୍ଗା ତିଆରି କରୁଥିଲେ; ଭୋକରେ ବିତିଛି ଅନେକ ରାତି

ସେ ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କୁ ଦେଖିଲେ ଲାକେ ଦ୍ୱନ୍ଦ୍ୱରେ ପଡ଼ିଯା’ନ୍ତି । ସେ ରାଜସ୍ଥାନୀ ନା ବଙ୍ଗାଳି ନା ଓଡ଼ିଆ- ତାହା ସେମାନେ ଜାଣି ପାରିନ୍ତ ନାହିଁ । ତାଙ୍କ ଘର ରାଜସ୍ଥାନରେ । ସେ ଜନ୍ମ ହାଇଛନ୍ତି ପଶ୍ଚିମବଙ୍ଗରେ । କିନ୍ତୁ ପିଲାଦିନୁ ସେ ଓଡ଼ିଶାରେ ରହି ଆସିଛନ୍ତି । ଆଉ ସେ ହେଉଛନ୍ତି ଓଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ଦେବଯାନୀ ଦେଘୁରିଆ ।ଆଲବମ୍ କ୍ୟାରିଅର ଆରମ୍ଭ କରିଥିବା ଦେବଯାନୀ “ରଙ୍ଗିଲା ଟୋକା’, “ସଲାମ୍ ସିନେମା’, “ଚାନ୍ଦ ନା ତୁମେ ତାରା’ ଓ “ରସିକ ନାଗର’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । କିନ୍ତୁ ଦିନ ଥିଲା ଦେବଯାନୀ ବଡ଼ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ । ଟଙ୍କା ପାଇଁ ସେ କାଗଜ ଠୁଙ୍ଗା ବି ତିଆରି କରୁଥିଲେ । ଏମିତିକି ରାତିରେ ତାଙ୍କୁ ଭୋକିଲା ପେଟରେ ଶାଇବାକୁ ପଡ଼ୁଥିଲା ।”ତରଙ୍ଗ’ରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଦେବଯାନୀ କହିଥିଲେ ଯେ ତାଙ୍କ ବାପା ବାଲେଶ୍ୱରରେ ଏକ କାରଖାନାରେ କାମ କରୁଥିଲେ । ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଉକ୍ତ କାରଖାନାଟି ବନ୍ଦ ହୋଇଗଲା । ଯେହେତୁ ତାଙ୍କ ବାପା ଉଚ୍ଚ ଶିକ୍ଷିତ ନଥିଲେ ତେଣୁ ତାଙ୍କୁ ଆଉ କେଉଁଠି କାମ ମିଳିଲା ନାହିଁ । ତା’ପରେ ବାପାମା’ ପରିବାର ଚଳାଇବା ପାଇଁ କାଗଜ ଠୁଙ୍ଗା ତିଆରି କରି ବିକିଲେ । ଏ କାମରେ ସେ ବି ବାପାମା’ଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କ ମା’ ନଶୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠୁଙ୍ଗା ତିଆରି କରୁଥିଲେ । ତଥାପି କାଗଜ ଠୁଙ୍ଗାରୁ ଯେତିକି ଟଙ୍କା ମିଳୁଥିଲା, ସେଥିରେ ଚଳିବା ମୁସ୍କିଲ୍ ହୋଇପଡ଼ୁଥିଲା । ସେସବୁ ଦିନ କଥା ମନେ ପଡ଼ିଲେ ଆଖିରେ ଲୁହ ଚାଲି ଆସେ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ