ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି । ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି । ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ । ପ୍ରକୃତ ଘଟଣାଟି ଏପରି । କଲେଜ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସେମାନେ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା । ମାତ୍ର ପୁଅଙ୍କ ମା’ବାପା ଝିଅକୁ ଆଦୌ ପସନ୍ଦ କରୁ ନ ଥିଲେ । ତେଣୁ ସେମାନେ ଝିଅକୁ ତାଙ୍କ ପୁଅଠାରୁ ଅଲଗା ହେବା ପାଇଁ ୭ ଲକ୍ଷ ଟଙ୍କା ଅଫର୍ କଲେ । ମାତ୍ର ସେତେବେଳେ ଝିଅ ନିଜ ପ୍ରେମିକ ସହିତ ରହିବାକୁ ପସନ୍ଦ କରୁଥିବା କହି ରୋକ୍ଠୋକ୍ ଏହାକୁ ମନା କରିଥିଲେ । ହେଲେ ନିର୍ବନ୍ଧ ପରେ ପୁଅର ସ୍ୱଭାବ ଧୀରେ ଧୀରେ ବଦଳିବାକୁ ଲାଗିଲା । ପୁଅ ମଦ ପିଇବା ସହିତ ପ୍ରେମିକାକୁ ସବୁବେଳେ ମାରପିଟ୍ କଲେ । ଏଥିରେ ଅତିଷ୍ଠ ହୋଇ ଶେଷରେ ପ୍ରେମିକା ଜଣଙ୍କ ନିଜ ପ୍ରେମିକଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ । ସେହି ସମୟରେ ପ୍ରେମିକଙ୍କ ମା’ ତାଙ୍କୁ ୭ ଲକ୍ଷ ଟଙ୍କା ଦେଲେ । ଟଙ୍କା ନେବା ଠିକ୍ ହେବ ଭାବି ପ୍ରେମିକା ଟଙ୍କା ମଧ୍ୟ ଖୁସିରେ ନେବା ସହ ପ୍ରେମିକଙ୍କ ମା’ବାପାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏ ନେଇ ନିଜେ ଯୁବତୀ କିଛି ଫଟୋ ସୋସିଆଲ ମିଡିିଆରେ ଶେୟାର କରିବା ସହ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ