ଟଙ୍କା ଫେରାଇବେ ସରପଞ୍ଚ ଓ ପିଇଓ ଘଟଣାରେ ମୁହଁ ଖୋଲିଲେ ଶାଳଣିଆଁର ପୁର୍ବତନ ସରପଞ୍ଚ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ସେବତୀ ବେହେରା ଓ ତତକାଳୀନ ପିଇଓ ନରହରି ନାୟକ ୨୦୧୬/୧୭ ଆର୍ଥôକ ବର୍ଷରେ ସରକାରୀ ଅନୁଦାନ ଆତ୍ମସାତ କରିଥିବା ନେଇ ଅଡିଟ ରିପୋର୍ଟ ପ୍ରକାଶ ପାଇବାପରେ ମୁହଁ ଖୋଲିଛନ୍ତି ତତକାଳୀନ ସରପଞ୍ଚ ସେବତୀ ବେହେରା । ଶାଳଣିଆଁ ପଞ୍ଚାୟତର ପୁର୍ବତନ ସରପଞ୍ଚ ଓ ପୁର୍ବତନ ପିଇଓ କେନ୍ଦ୍ରୀୟ ଅର୍ଥ କମିସନ ଓ ରାଜ୍ୟ ଅର୍ଥ କମିସନ ଅନୁଦାନ ଖର୍ଚ୍ଚର ବିବରଣୀ ଅଡିଟ ସର୍ମରେ ଦେଖାଇ ପାରିନଥିବାରୁ ଅଡିଟ ଟିମ ତାଙ୍କ ଉପରେ ୯ଲକ୍ଷ ୯୦ହଜାର ୫୩୧ଟଙ୍କା ଫେରସ୍ତ କରିବାକୁ ସୁପାରିଶ କରିଛନ୍ତି । ଏ ସମ୍ପର୍କରେ ଆଜି ଗଣମାଧ୍ୟମରେ ବିସ୍ତୃତ ଖବର ପ୍ରକାଶ ପାଇବାପରେ ସରପଞ୍ଚ ସେବତୀ ବେହେରା କହିଛନ୍ତି ଯେ ମୁଁ ସରପଞ୍ଚ ଥିବା ସମୟରେ ୨୦ଲକ୍ଷ ଟଙ୍କାରେ ଶାଳଣିଆଁ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣି ମଣ୍ଡପ ଭଳି ଦୁଇ ଦୁଇଟି କାର୍ଯ୍ୟ ହୋଇଥିଲା । ସେଥିରେ କୌଣସି ଅନିୟମିତତା ହୋଇ ନାହିଁ । ସେ ପଦବୀରୁ ଯିବାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଯାହା କାଗଜପତ୍ର ରହିଲା ତାହା ପଞ୍ଚାୟତରେ ରହିଲା । ଏହାର ପ୍ରାୟ ତିନିମାସ ପରେ ଅଡିଟି ହୋଇଥିଲା । ତେଣୁ ତାଙ୍କ ପାଖରେ କିଛି ରେକର୍ଡପତ୍ର ନଥିଲା । ତେଣୁ ସେ କିପରି ଓ କେଉଁଠୁ ଆଣି ଦସ୍ତାବିଜ ଦେଖାଇବେ ବୋଲି କହିଛନ୍ତି । ଏ ସମ୍ପର୍କରେ ପୁର୍ବତନ ପିଇଓ ନରହରି ନାୟକ କହିଛନ୍ତି ଅଡିଟ ସମୟରେ ଏହି ଦୁଇଟି ରେକର୍ଡ କେନ୍ଦୁଝର ଡିଆରଡିଏ ନିର୍ବାହୀଯନ୍ତ୍ରୀଙ୍କ ପାଖରେ ଥିଲା । କେବଳ ବିଲ୍ଫର୍ମ ଅଡିଟ ଟିମଙ୍କୁ ଦେଖା ଯାଇଥିଲା । ଏବେ ଦୁଇଟିଯାକ ଫାଇଲ କେନ୍ଦୁଝର ଡିଆରଡିଏ ଅଫିସରୁ ଅଣାଯାଇ ଅଫିସରେ ଅଛି । ପରବର୍ତ୍ତୀ ସମୟରେ ତାହାକୁ ଦର୍ଶାଯିବ ବୋଲି ସେ କହିଛନ୍ତି ।


