ଟଙ୍କା ଫେରାଇ ମାନବିକତା ଦେଖାଇଲେ ହୋମଗାର୍ଡ ବଳରାମ ମାଝୀ

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌): ବେଗୁନିଆପଡା ଫାଣ୍ଡିରେ ହୋମ ଗାର୍ଡ ଭାବେ କାର୍ଯ୍ୟରତ ଥିବା ବଳରାମ ମାଝିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁୂଟିବାରେ ଲାଗିଛି । ବଳକା ଟଙ୍କା ସମବାୟ ବ୍ୟାଙ୍କକୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଧାନ ମଣ୍ଡିରେ ଧାନ ବିକ୍ରୟ ପରେ ବେଗୁନିଆପଡା ସମବାୟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ ବଳରାମ । ତାଙ୍କର ଧାନର ମୁଲ୍ୟ ପ୍ରାପ୍ୟ ୨୪,୫୦୦ ଟଙ୍କା ଉଠାଣ ନିମନ୍ତେ ଫର୍ମରେ ପୁରଣ କରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅସାବଧାନତା ସହ ବଳରାମ ଙ୍କୁ ନଗଦ ୪୯ ହଜାର ଟଙ୍କା ଦେଇଥିଲେ । ବ୍ୟାଙ୍କ ଗହଳି ହୋଇଥିବାରୁ ଟଙ୍କା ନଗଣି ଘରକୁ ଚାଲିଆସିଥିଲେ ବଳରାମ । ଏହାପରେ ଘରେ ଟଙ୍କା ଗଣିବା ବେଳେ ତାଙ୍କ ଫର୍ମ ିପୁରଣ କରିଥିବା ଟଙ୍କା ଠାରୁ ଅଧିକ ଥିଲା । ଏହାପରେ ସେ ସମବାୟ ବ୍ୟାଙ୍କରେ ପହଞ୍ଚି ସମସ୍ତ କର୍ମଚାରୀ ଙ୍କ ଉପସ୍ତିତିରେ ବଳକା ଟଙ୍କା ଫେରାଇଥିଲେ ।ଏହି ଘଟଣା ପରେ ବଳରାମଙ୍କ ଏହି ମହନୀୟତା ପାଇଁ ବୁଦ୍ଧିଜୀବି ମହଲରେ ବେଶ ପ୍ରଂଶସା କରାଯିବା ସହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ