ଟଙ୍କା ଲୁଟ ଓ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଜେଲ ଗଲେ ବିଜେଡିର ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ମଙ୍ଗଳବାର ଫୁଲବାଣୀ ପୁଲିସ୍ ଗିରଫ କରିଛି। ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ ଥାନା ଚେଷ୍ଟା ଚଳାଇଥିବା ବିଷୟ ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି।ଗିରଫ ପରେ ତାଙ୍କୁ SDJM କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଦେବନ ଖାରଜ କରିଦେଇଛନ୍ତି। ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀ ଶଙ୍କର ବେହେରା କହିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।ସୂଚନା ଯୋଗ୍ୟ ଯେ,ଗତ ୧୧ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳର କାମାକ୍ଷୀ ବେହେରା ନାମକ ଜଣେ ବ୍ୟକ୍ତି ନିଜ କାରରେ କନ୍ଧମାଳ ଜିଲ୍ଲା କାଶିନୀପଦର ଅଞ୍ଚଳରେ ରହୁଥିବା ଜଣେ ସାଙ୍ଗଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଉରୁମଗଡ଼ ଗାଁ ରାସ୍ତାରେ କାମାକ୍ଷୀ ସଠିକ ଠିକଣା ପଚାରିଥିଲେ। ପରେ ପରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କାମାକ୍ଷୀଙ୍କୁ ଠିକଣା କହିବା ବଦଳରେ ତାଙ୍କୁ ମାଡ଼ ମାରିବା ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଟଙ୍କା ଲୁଟ୍ କରିବା ପରେ କାମାକ୍ଷୀଙ୍କୁ ଛାଡ଼ିଦେଇଥିଲେ। ଯାହାପରେ କାମାକ୍ଷୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ମଙ୍ଗଳ ବାର ପୁଲିସ୍ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି।ତେବେ ଦେବେନ୍ଦ୍ରଙ୍କ ଗିରଫଦାରୀ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୮ରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ