ଟପ୍ କ୍ୟାଡର ନେତା ପାପାରାଓ ମୃତ୍ୟୁ

ରାୟଗଡ଼ା:- : ଛତିଶଗଡର ଦୁର୍ଦ୍ଦାନ୍ତ ତଥା ଛତିଶଗଡ଼ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ମାଓବାଦୀ ନେତା ପାପାରାଓର ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ହେବ କିଡ୍ନୀ ରୋଗରେ ପୀଡ଼ିତ ଥିଲା, ଯେଉଁଥିପାଇଁ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସଂଗଠନର ଟପ୍ ଲିଡର ରାମନ୍ନାର ମୃତ୍ୟୁ ପରେ ପାପାରାଓ ମୁଖ୍ୟ ଭାବେ କାମ କରୁଥିଲା । ତେବେ ଏ ନେଇ ପୁଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଛତିଶଗଡ ସରକାର ଘୋଷଣା କରିଥିଲେ । ଖବର ଅନୁସାରେ, ପାପାରାଓ ଗତ ୪ ଦିନ ହେଲା ଛତିଶଗଡର ନିଜ ଶ୍ୱଶୁର ଘରକୁ ଆସିଥିଲା । ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲା ଜ୍ଝ ଏହା ସହ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ