ଟପ୍ ୬୮ ମଧ୍ୟରେ ବନ୍ତ ବ୍ଲକର ୭ ଜଣ ଛାତ୍ରଛାତ୍ରୀ, କଳ୍ପଲତା, ଜ୍ୟୋତିପ୍ରଜ୍ଞା, ଦିବ୍ୟରାଣୀ ୧ମ, ୨ୟ ଓ ୩ୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଜିଲ୍ଲାର ଟପ୍ ୬୮(ଏ-୧) ମଧ୍ୟରେ ବନ୍ତ ବ୍ଲକର ୭ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାଯାଇଛି । ସେଥିମଧ୍ୟରୁ ତେଲନଟିସ୍ଥିତ ବାଲିପୋଖରୀ ହାଇସ୍କୁଲର ଛାତ୍ରୀ କଳ୍ପଲତା କୁଣ୍ଡୁ ୫୬୨ ନମ୍ବର ରଖି ଜିଲ୍ଲାରେ ୩ୟ ଓ ବନ୍ତ ବ୍ଲକରେ ୧ମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଆଗରପଡା ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ଜ୍ୟୋତିପ୍ରଜ୍ଞା ସାହୁ ୫୬୧ ନମ୍ବର ରଖି ୨ୟ ଓ କାଦବରାଙ୍ଗ ହାଇସ୍କୁଲର ଛାତ୍ରୀ ଦିବ୍ୟାରାଣୀ ବେହେରା ୫୪୮ ନମ୍ବର ରଖି ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତେଲନଟିସ୍ଥତି ବାଲିପୋଖରୀ ହାଇସ୍କୁଲର ଛାତ୍ର କୁମାର ଶ୍ରୀ ଗୌରବ କର ୫୪୬, ଆଡିଆସ୍ଥିତ ଆରଡେଶ୍ୱର ହାଇସ୍କୁଲର ଛାତ୍ରୀ ଅଭିଲିପ୍ସା ରାଉତ ୫୪୦, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ପ୍ରିୟଙ୍କା ବେହେରା ୫୪୦, ଅଢାଳପଙ୍କସ୍ଥିତ କୃପାସିନ୍ଧୁ ହାଇସ୍କୁଲର ଛାତ୍ର ସତ୍ୟବ୍ରତ ପଣ୍ଡା ୫୪୦ ନମ୍ବର ରଖି କୃତକାର୍ଯ୍ୟ ହେବା ସହ ସମଗ୍ର ବ୍ଲକ ପାଇଁ ଗୌରବ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ