ଟସରପୋକ ମରୁଡିକୁ ନେଇ ଚିନ୍ତାରେ ଟସର ଚାଷୀ
ଘଟଗାଁ,(ନାରାୟଣ ପଲାଇ):ପ୍ରତ୍ୟେକ ଚାଷୀ ଚାଷ କରିବା ସମୟରେ ଅନେକ ସ୍ୱପ୍ନ ଦେଖିଥାନ୍ତି । ସେଥିମଧ୍ୟରୁ ଅନେକ ଚାଷୀଙ୍କର ଚାଷ ଠିକ୍ସେ ହୋଇନଥାଏ । ଯାହାଫଳରେ ସେମାନେ ମାନସିକ ଚିନ୍ତାର ସମ୍ମୁଖିନ ହୋଇଥାନ୍ତି । ତେବେ ଚଳିତ ବର୍ଷ ଘଟଗାଁ ବ୍ଲକ୍ ଢେଙ୍କିକୋଟ ଟସର ସୋସାଇଟି ଅଧିନରେ ଥିବା ଟସର ଚାଷୀମାନେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସାନ୍ତରାପୁର, ପଇଦାପାଟଣା, ବାର୍ହାଟିପୁରା, ପଂଚାୟତର ପାଖାପାଖି ୧୫୦ ରୁ ୨୦୦ ଟସର ଚାଷୀ ୫୦୦ ଏକରରୁ ଉର୍ଦ୍ଧ ଅଂଚଳରେ ଟସର ଚାଷ କରିଛନ୍ତି । ମାତ୍ର ଜଳବାୟୁ ପରିବର୍ତନ ଯୋଗୁ କିଛିଦିନ ହେବ ଗଛରେ ପୋକ ଗୁଡିକ କୋଷା ବାନ୍ଧିବା ପରିବର୍ତେ ଝଡି ପଡୁଛନ୍ତି । ଏପରିକି କିଛି ଚାଷୀ ମାନଙ୍କର ୮୦ ରୁ ୯୦ ଶତକଡା ପୋକ ଝଡି ପଡିଥିବା ଜଣାପଡିଛି । ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଚାଷୀଙ୍କ ଏହି କ୍ଷତି ସମ୍ବନ୍ଧରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହ ସହାୟତା ପାଇଁ କହିଛନ୍ତି । ମାତ୍ର ଧାନ ଫସଲରେ ଯେପରି ମରୁଡି ଘୋଷିତ କରି ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଏ ରେସମ ଚାଷରେ ସେମିତି ବ୍ୟବସ୍ଥା ନାହିଁ । ତଥାପି ଚାଷୀଙ୍କ ଅଣ୍ଡା ପଇସା ଛାଡ କରିବା ପାଇଁ ମୁଁ ଚେଷ୍ଟା କରିବି ବୋଲି ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ତେବେ ଏହି ଚାଷରୁ ମିଳୁଥିବା ଲାଭରୁ ପରିବାର ଚଳୁଥିବା ବେଳେ ଏବେ ସେସବୁ ଭରଣା କିପରି ହେବ ଚାଷୀମାନେ ପ୍ରକାଶ କରିଛନ୍ତି । ସରକାର ଏବଂ ସୋସାଇଟି କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବା ସହ ଚାଷୀଙ୍କ ଅଣ୍ଡା ପଇସା ଛାଡ କରିବା, ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ଦିନ ରାତି ପରିଶ୍ରମ କରି ଆସୁଥିବା ଚାଷୀ ମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ପାରିଶ୍ରମିକ ଦେବା ପାଇଁ ଟସର ଚାଷୀ କୁଶ ନାୟକ, ପାଣ୍ଡୁ ମୁଣ୍ଡା, ଗୋଲାଖ ନାୟକ, ଗୁରୁଚରଣ ମୁଣ୍ଡା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ଢେଙ୍କିକୋଟ ଟସର ସୋସାଇଟି ଇନଚାର୍ଜ କୀର୍ତନ ବିହାରୀ ମହାନ୍ତଙ୍କ ସହ ଯୋଗାଯୋଗ କରିବାକୁ କହିଲେ, ଜଳବାୟୁ ପରିବର୍ତନ ଯୋଗୁ ଏଭଳି ହେଉଛି । ଏଥିରୁ ବର୍ତିବାର ସମ୍ଭାବନା କମ୍ । ଚାଷୀଙ୍କ ଏହି କ୍ଷତି ସମ୍ବନ୍ଧରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ସହ ସହାୟତା ପାଇଁ କହିଛନ୍ତି । ମାତ୍ର ଧାନ ଫସଲରେ ଯେପରି ମରୁଡି ଘୋଷିତ କରି ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଏ ରେସମ ଚାଷରେ ସେମିତି ବ୍ୟବସ୍ଥା ନାହିଁ । ତଥାପି ଚାଷୀଙ୍କ ଅଣ୍ଡା ପଇସା ଛାଡ କରିବା ପାଇଁ ମୁଁ ଚେଷ୍ଟା କରିବି ବୋଲି ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।


