ଟସ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି
(ଯୁଗାବ୍ଦ ନ୍ୟୁଜ ) ଇଂଲଣ୍ଡର ଲଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ବିଶ୍ୱକପର ଟାଇଟେଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇିଛି । ଘରୋଇ ଇଂଲଣ୍ଡର ବ୍ୟାଟିଂ ଲାଇନଅପ ଶକ୍ତିଶାଳୀ ରହିଥିବା ବେଳେ ନ୍ୟୁଜିଲାଣ୍ଡର ବୋଲିଂ ବିଭାଗ ପ୍ରଭାବପୁର୍ଣ୍ଣ ରହିଛି । ତେବେ ଆୟୋଜକ ଇଂଲଣ୍ଡ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହା ଦଳ ପାଇଁ ବଡ ଆର୍ଶୀବାଦ ସଦୃଶ ହୋଇଛି । ସୁଚନାଯୋଗ୍ୟ, ପ୍ରଥମ ପାଞ୍ଚଟି ସଂସ୍କରଣର ତିନିଥରର ରନର୍ସଅପ ଇଂଲଣ୍ଡ ଏପର୍ୟ୍ୟନ୍ତ ବିଶ୍ୱବିଜୟୀ ଆଖ୍ୟା ହାସଲ କରି ପାରିନାହିଁ । ତେବେ ପୁର୍ବରୁ ୱେଷ୍ଟଇଣ୍ଡିଜ , ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ନିକଟରୁ ଫାଇନାଲରେ ପରାଜିତ ହୋଇଥିବା ଇଂଲଣ୍ଡ ଏଥର ବାଜିମାତ କରିବାର ଆଶା ରଖିଛି । ଅନ୍ୟପକ୍ଷେ ସେମିଫାଇନାଲରେ ଟାଇଟେଲ ଦାବିଦାର ଭାରତକୁ ପରାସ୍ତ କରି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ତେବେ ଆଜିର ମୁକାବିଲାରେ ଯେଉଁ ଦଳର ପ୍ରଦର୍ଶନ ଭଲ ରହିବ ସେ ହିଁ ବିଶ୍ୱ ଚାମ୍ପିଆନ ହେବ । ଏପର୍ୟ୍ୟନ୍ତ ଅନୁଷ୍ଠିତ ୧୧ଟି ବିଶ୍ୱକପ ମ୍ୟାଚରୁ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ବିଜେତା ହୋଇଥିବାବେଳେ ଭାରତ ଓ ୱେଷ୍ଟଇଂଣ୍ଡିଜ ୨ଥର , ପାକିସ୍ତାନ ଓ ଶ୍ରୀଲଙ୍କା ଥରେ ଲେଖାଏଁ ଟାଇଟେଲ ହାସଲ କରିଛନ୍ତି ।