ଟସ ଜିତି ଫିଲ୍ଡିଙ୍ଗ କରିବ ବାଙ୍ଗଲାଦେଶ
ଆଇସିସି କ୍ରିକେଟ ବିଶ୍ୱକପ ମ୍ୟାଚ ରେ ବାଙ୍ଗଲାଦେଶ କୁ ଭେଟୁଛି ୱେଷ୍ଟଇଣ୍ଡିଜ । ମିଳିଥିବା ସୂଚନା ଅନୁସାରେ ବାଙ୍ଗଲାଦେଶ ଟସ ଜିତି ଫିଲ୍ଡିଙ୍ଗ କରିବ । ଏହା ସହିତ ପ୍ରଥମେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ । ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟସ ମ୍ୟାନ କ୍ରିସ ଗେଲ ଓ ରସେଲ ଙ୍କ ଧମାକା ଦାର ବ୍ୟାଟିଂ ଦେଖିବାକୁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ୱେଷ୍ଟଇଣ୍ଡିଜ ୪ଟି ମ୍ୟାଚ ଖେଳି ଦୁଇଟି ରେ ପରାଜୟ ଗୋଟିଏ ବିଜୟ ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ର ଷଷ୍ଠ ସ୍ଥାନରେ ରହିଛି ।