ଟାଉନ ଉଚ୍ଚ ବିଦ୍ୟାଳୟରେ ‘ମୋନା’ ପକ୍ଷରୁ ନିଶା ବିରୋଧି ସଚେତନତା ଶିବିର ଅନୁଷ୍ଠିତ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)’ ବାଲେଶ୍ୱର ଶାଖା ପକ୍ଷରୁ ଆଇନ୍ଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ‘ନିଶା ବିରୋଧି ସଚେତନତା ଶିବିର’ ଟାଉନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦିକା ମମତା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ମୋନାର ଉପଦେଷ୍ଟା ସୁବ୍ରତ କର ଛାତ୍ରଛାତ୍ରୀମାନଙ୍କୁ ନିିଶାର ଅପକାରିତା ବୁଝାଇ ଭଲମଣିଷ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଡ. ଶିରୀଶଚନ୍ଦ୍ର ଜେନା, ସଭାପତି ‘ଫକୀରମୋହନ ସାହିତ୍ୟ ପରିଷଦ’ଯୋଗଦେଇ ବିଶସ୍ୱାସ୍ଥ୍ୟ ସଂଗଠନର ବିବରଣୀ ଅନୁସାରେ ଭାରତରେ ୩୮% ନିଶାସକ୍ତ ଥିଲାବେଳେ ୨୦୨୪ ବେଳକୁ ୭୦% ହୋଇଯାଇ ଚୀନ ଓ ଆମେରିକାକୁ ଟପିଯିବାର ଭୟାବହ ଚିତ୍ର ସଂପର୍କରେ ସୂଚାଇ ଛାତ୍ରଛାତ୍ରୀମାନଙ୍କୁ ନିଶା ବିରୋଧରେ କ୍ରାନ୍ତି ଆଣିବାକୁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଡ. କ୍ଷିତୀଶ୍ୱର ଦାଶ, ହେମଲତା ଦାସ, ଅଧ୍ୟାପକ କମଳାକାନ୍ତ ଦାଶ, ପ୍ରଫେସର ଜଗନ୍ନାଥ ରକ୍ଷିତ, ଟାଉନ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ଜେନା, ଶିକ୍ଷକ ଅକ୍ଷୟ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର୍ର ବେହେରା, ସନାତନ ଦାସ ସମେତ ଛାତ୍ରୀ ପାରସ୍ ଖାନ୍, ଶାଶ୍ୱତୀ ସାହୁ ଓ ଛାତ୍ର ଦୀପଙ୍କର ନନ୍ଦୀ ପ୍ରମୁଖ ନିଶା ବିରୋଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ପ୍ରଫୁଲ୍ଲ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।