ଟାଉନ ହାଇସ୍କୁଲରେ ବନମହୋତ୍ସବ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ଶନିବାର ପୂର୍ବାହ୍ନ ୧୦ ଟା ସମୟରେ ପୁରାତନ ଶିକ୍ଷାନୁଷ୍ଠାନ ଟାଉନ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନାଙ୍କ ନିର୍ଦ୍ଦେଶରେ ବନ ମହୋତ୍ସବ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି ଚଳିତ ମାସ ବନ ମହୋତ୍ସବ ମାସ ରୂପେ ପାଳନ ହେବା ସହିତ ପ୍ରତ୍ୟେକ ଶନିବାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଇକୋ କ୍ଲବର ଶିକ୍ଷକ ଅକ୍ଷୟ କୁମାର ପାତ୍ର ଦର୍ଶାଇଛନ୍ତି । ଏହି ପ୍ରତିଯୋଗିତାରେ ଉଭୟ କନିଷ୍ଠ ଓ ବରିଷ୍ଠ ଅନୁନ୍ୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇ “ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା”, “ଯଦି ଅଛି ଜଙ୍ଗଲ, ତେବେ ହେବ ମଙ୍ଗଲ” ଉପରେ ପିଲାମାନେ ଚିତ୍ର ଆଙ୍କିଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ଟ ଶିକ୍ଷକ ସସ୍ମିତା ଗିରି, ଗାଇଡ ଶିକ୍ଷୟିତ୍ରୀ ସବିତା ପରିଡା, ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଶିକ୍ଷକ ଦାମୋଦର ପଣ୍ଡା, ପ୍ରଦୀପ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷୟିତ୍ରୀ ଶୋଭନା ମିଶ୍ର, ସୁଷମା ପାଣିଗ୍ରାହୀ, ରଶ୍ମିରେଖା ବେରା, ନମିତା ମହାପାତ୍ର, ସୁମତି ରାଉତ, ଜୟନ୍ତ ଚାଷୀ, ଭାରତୀ ରାଉଳ, ଶିଖାରାଣୀ ପାତ୍ର ଏବଂ ଅଫିସ୍ ସହକର୍ମୀ ରାଜେନ୍ଦ୍ର ଦେ, ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ, କାର୍ତ୍ତିକ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ