ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମର ମୁକେଶକୁ ସ୍ଵର୍ଣ : ସୁଶ୍ରୀତାକୁ ରୋପ୍ୟ , ବ୍ରୋଞ୍ଜ
ଗଂଜାମ, (ବିନୋଦ ପଲାଇ) :-ଜିଲ୍ଲାସ୍ତିରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମ ସହରର ମୁକେଶକୁ ସ୍ୱର୍ଣ୍ଣ ଓ ସୁଶ୍ରୀତାକୁ ରୋପ୍ୟ ପଦକ ମିଳିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନିତ ହୋଇଛନ୍ତି । ଯାହା ଗଂଜାମ ପାଇଁ ଗୌରବ ଆଣିଛନ୍ତି । ଯାହାକୁ ନେଇ ଅଞ୍ଚଳରେ ଓ କ୍ରୀଡାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଂଜାମ ସହରର ହୋପ ଟାଇକୋଣ୍ଡା ଏକାଡେମୀ ତରଫରୁ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ସହରର ଓଡ଼ିଆ ଢ଼ାମଣା ସାହି ବାସିନ୍ଦା ମନରଞ୍ଜନ ସାହୁ ଓ ଦିଲେଶ୍ୱରୀ ସାହୁଙ୍କ ପୁଅ ମୁକେଶ କୁମାର ସାହୁ (ରାଜ) ଭାଗନେଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେହିପରି ପଣ୍ଡାସାହି ବାସିନ୍ଦା ଅଜିତ କୁମାର ପାତ୍ର ଓ ସଙ୍ଘମିତ୍ରା ପାତ୍ରଙ୍କ ଝିଅ ସୁଶ୍ରୀତା ପାତ୍ର ବିଭିନ୍ନ କେଟଗୋରିରେ ଭାଗନେଇ ଲଗାତାର ଗୋଟିଏ ରୋପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଉଭୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛନ୍ତି । ଯାହା ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ୧୪ଟି ଏକାଡେମିର ୩୦୪ ପ୍ରତିଯୋଗି ଭାଗ ନେଇଥିଲେ । ଅତିଥିରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଓଡିଶା ଟାଏକୋଣ୍ଡା ସଙ୍ଘ ସମ୍ପାଦକ ମନମୋହନ ଭଞ୍ଜ , ଜିଲ୍ଲାସଭାପତି ଶ୍ରୀକାନ୍ତ ମହାନ୍ତି ଅତିଥିଭାବେ ଯୋଗଦେଇ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ଓ ରୋପ୍ୟପଦକ ପ୍ରଦାନ କରିଥିଲେ । ମୁକେଶ ଜୟଶ୍ରୀ ଇଂରେଜୀ ମିଡ଼ିୟମ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ, ସୁଶ୍ରୀତା ଛତ୍ରପୁର କ୍ରାମେଲ ଇଂରାଜୀ ମିଡ଼ିୟମ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ପିଲାବେଳୁ କ୍ରୀଡାପ୍ରତି ଦୁର୍ବଳତା ଥିବା ବେଳେ ପରିବାର ଓ ଗୁରୁଙ୍କୁ ପାଇଁ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଭବିଷ୍ୟତରେ ପାଠପଢା ସହ ଏହି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି । ଏହି ସଫଳତା ପାଇଁ ଗଞ୍ଜାମ ହୋପ ଟାଇକୋଣ୍ଡା ଏକାଡେମୀର ପ୍ରଶିକ୍ଷକ ସି.ଏଚ.ପ୍ରସାଦ ନାୟକ ଓ ସଭାପତି ଡି.ଗୋବିନ୍ଦ ରେଡ୍ଡୀ ଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


