ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ୨୦ ତମ କଲର ବେଲ୍ଟ ଟେଷ୍ଟ ଆୟୋଜିତ
ଛତ୍ରପୁର ଟାଏକୋଣ୍ଡ ଏକାଡେମୀ ପକ୍ଷରୁ ୨୦ ତମ କଲର ବେଲ୍ଟ ଟେଷ୍ଟ ଆୟୋଜିତ ହୋଇଅଛି। ଏଥିରେ ଛତ୍ରପୁର ଟାଏକୋଣ୍ଡ ଏକାଡେମୀରୁ ୨୨ ଜଣ ଭାଗନେବା ସହ ଦିଗପହଁଡି ଟାଏକୋଣ୍ଡ ଏକାଡେମୀ ରୁ ୧୨ ଜଣ ଏବଂ ଗଂଜାମ ଟାଏକୋଣ୍ଡ ଏକାଡେମୀ ରୁ ୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।ଏଥିରେ ଅତିଥି ଭାବେ ଛତ୍ରପୁର ର ଜଣାଶୁଣା କ୍ରୀଡ଼ା ପ୍ରେମୀ ଶ୍ରୀ ଏ.ରାବଣା ରାଓ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଥିଲେ। ଜିଲ୍ଲାର ସଭାପତି ଶ୍ରୀ ଶ୍ରୀକାନ୍ତ ମହାନ୍ତିଙ୍କ ସହ ଉପ ସଭାପତି କେ ଲତା , ଅନିତା ମିଶ୍ର, ସି.ଏଚ ପ୍ରସାଦ ନାୟକ, ଇ. ଲଳିତ କୁମାର ,ବାସୁ ନାୟକ, ସୁନିତା ପାତ୍ର,ଅରୁଣ କୁମାର ରାଉଳ,ସନ୍ତୋଷ କୁମାର ମହାପାତ୍ର ଓ ସବିତା ରାଣା ସମେତେ ଅଭିଭାବକ ମାନେ ଉପସ୍ଥିତ ଥିଲେ।ଏଥିରେ ରାଜ୍ୟ ଓ ଜିଲ୍ଲାରୁ ପରୀକ୍ଷକ ଭାବେ ମନୋନୀତ ହୋଇଥିବା କେ ମନୋଜ ପ୍ରଧାନ ଆଜି ୪୦ ଜଣ ପରୀକ୍ଷାଥି ଙ୍କୁ ପରୀକ୍ଷାକୁ ନେଇ ଉର୍ତ୍ତିନ କରିଛନ୍ତି।