ଟାଙ୍ଗରାଇ ଜଂଗଲ ରେ ନିଆଁ
ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ ) : ବେଲଗୁଣ୍ଠା ବ୍ଳକ ଅଧିନ ବେଲପୁଞ୍ଜି ଟାଙ୍ଗରାଇ ଜଙ୍ଗଲରେ ନିଆଁ ଲାଗି ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। କେହି ଦ୍ରୁବ୍ରତ ନିଆଁ ଲଗେଇ ଦେଇଥିବାରୁ ଜଂଗଲ ପୋଡି ପାଉଁଶ ହୋଇଯାଇଛି ଓ ଜଂଗଲର ନିରୀହ ଜୀବମାନେ ସେହି ନିଆଁ ରେ ପୋଡି ମୃତ୍ୟୁ ବରଣ କରୁଥିବା ଜଣାପଡିଛି।ନିଆଁକୁ ଆୟତ କରିବା ପାଇଁ ବନ କର୍ମଚାରୀ ମାନେ ଆପ୍ରାଣେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ କରିପାରି ନାହାନ୍ତି ।ନିଆଁ ଲିଭାଇବା ପାଇଁ ବାଲିପଦର ଫରେଷ୍ଟର କ୍ଷୀରୋଦ ଗୌଡ଼ ଓ ଜିଲିବା ଫୋରେଷ୍ଟଗାର୍ଡ ପ୍ରଶାନ୍ତ କୁମାର ପଲେଇ ଓ ଅନ୍ୟମାନେ ନିଆଁ ଲିଭାଇବା ରେ ଲାଗିଥିବା ଫୋରେଷ୍ଟର ସୂଚନା ଦେଇଛନ୍ତି।


