ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ପ୍ରତୀକ୍ଷିତ କୋଭିଡ ଟୀକା କରଣ ଆରମ୍ଭ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ସାରା ବିଶ୍ବବାସୀ କୋଭିଡ କୁ ନେଇ ଚିନ୍ତିତ ହୋଇପଡିଥିବା ବେଳେ ମହାମାରୀ କୋଭିଡରୁ ରକ୍ଷା ପାଇବା ପାଇଁ ଭାରତ ନିର୍ମୀତ ସ୍ବଦେଶୀ ଟିକାର ଆଜି ଟିକାକରଣ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ସର୍ବବୃହତ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ପରେ ଦେଶର ଚାରିଆଡେ ଆରମ୍ଭ ହୋଇଥିଲା ଟିକାକରଣ ପ୍ରକ୍ରୀୟା । ସେହିପରି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟରେ କରୋନା ମହାମାରିରେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପେରିଟେଣ୍ଡ ଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ଯ୍ୟନ୍ତ ୧୦୦ ଲୋକଙ୍କୁ ଟୀକା ଦେବାପାଇଁ ବ୍ୟବସ୍ତା କରାଯାଇଛି । ଆଗାମୀ ଦିନରେ ସାଧାରଣ ଲୋକ ମାନଙ୍କୁ ମଧ୍ୟ ଏହି କୋଭିଡ ଟୀକାକରଣ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି ।


