ଟାଙ୍ଗୀ ଚୌଦ୍ବାର କୃଷକ ସଭା ପକ୍ଷରୁ ରେଳରୋକ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେଳ ରୋକ୍ ପାଇଁ ଆହ୍ବାନ ଦିଆଯାଇଛି। ଏହି ଆହ୍ବାନ କ୍ରମେ କୃଷକ ସଭା ଟାଙ୍ଗୀ ଚୌଦ୍ବାର ପକ୍ଷରୁ ଟାଙ୍ଗି ରେଳ ଫାଟକ ନିକଟରେ ଶତାଧିକ କର୍ମୀ ଧାରଣା ରେ ବସି ରେଳରୋକୋ କରିଥିଲେ । କୃଷକ ସଭାର ଡମ୍ବରୁଡ଼ଧର ସାହୁଙ୍କ ନେତୃତ୍ୱରେ ଉକ୍ତ ରେଳ ରୋକ ରେ ବଦ୍ରିନାରାୟଣ ଦାଶ,ବିଷ୍ଣୁ ବେହେରା,ରମେଶ ବେହେରା, ପିତାମ୍ବର ଲେଙ୍କା, ଜୟ ସିଂ, ରମେଶ ନାୟକ, ରଶ୍ମିରଞ୍ଜନ ତ୍ରିପାଠୀ ପ୍ରମୁଖ ଶତାଧିକ କର୍ମୀ ଯୋଗଦେଇଥିଲେ। ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ରେଳବାଇ ପୁଲିସ ଓ ଟାଙ୍ଗୀ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।