ଟାଙ୍ଗୀ-ଚୌଦ୍ଵାର ଅଞ୍ଚଳ ରେ ହୋଇଥିବା କୋବିଡ଼-୧୯ ପରୀକ୍ଷା ଶିବିରରୁ ୩୦ ଜଣଙ୍କ ରିପୋର୍ଟ ପଜିଟିଭ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ଥାନା ଅନ୍ତର୍ଗତ ବାଣୀପଦା ପଞ୍ଚାୟତ ରେ ଥିବା ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ହୋଇଥିବା କୋବିଡ଼-୧୯ ପରୀକ୍ଷା ଶିବିରରୁ ୩୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।ସେମାନଙ୍କ ମଧ୍ୟରୁ ଚୌଦ୍ୱାର ଏସଡିପିଓ ମଧ୍ୟ ଥିବା ଜଣାପଡିଛି ।ଆଜି ଅନୁଷ୍ଠିତ ଏହି ଶିବିରରେ ମୋଟ୧୬୮ ଜଣଙ୍କ ପରୀକ୍ଷା ହୋଇଥିଲା ।ସେଥି ମଧ୍ୟରୁ ୧୧୮ ଜଣଙ୍କ ଆଣ୍ଟିଜେଣ୍ଟ ଟେଷ୍ଟ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ୩୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଅନ୍ୟ ୫୦ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଛି ।ସେମାନଙ୍କ ରିପୋର୍ଟ ଆସନ୍ତା କାଲି ଆସିବ ବୋଲି ଜଣାପଡିଛି । ପଜିଟିଭ ହୋଇଥିବା ୩୦ଜଣଙ୍କ ମଧ୍ୟରୁ ବାଣିପଦା ପଞ୍ଚାୟତ ର ୧୩ଜଣ ଅଛନ୍ତି ।ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୧୦ଜଣ ଥିବା ଜଣାପଡିଛି । ସେହିପରି ଇନ୍ଦ୍ରଣିପାଟଣାରୁ ୨,କଖଡ଼ିରୁ ୩,ଟାଙ୍ଗୀ ରୁ ୬, ସଫା ରୁ ୨ ଓ ଚୌଦ୍ୱାର ପୌରପାଳିକାରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନ୍ୟ ପକ୍ଷରେ ଚୌଦ୍ୱାର ଥାନା ୪ଜଣ ଏଏସଆଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ବାଣିପଦା ସରପଞ୍ଚଙ୍କ ପ୍ରତିନିଧି ତୀର୍ଥାନନ୍ଦ ସୁବୁଦ୍ଧିରାୟଙ୍କ ନେତୃତ୍ୟରେ ହୋଇଥିବା ଏହି ଶିବିର କୁ ଡାକ୍ତର ସସ୍ମିତା ବେହେରା, ଡାକ୍ତର ସୀତାକାନ୍ତ ସାହୁ,ମାୟାଧର ନନ୍ଦ, ଅଭିଳାଷ ବିନ୍ଧାଣି, ନିବେଦିତା ପରିଡା, ରତ୍ନମଞ୍ଜରୀ ବେହେରା, ଯଶୋଦା ମହାନ୍ତି ମୋନିକା ପାଢ଼ୀ, ଜୟନ୍ତ ବେହେରା ସସ୍ମିତା ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ