ଟାଙ୍ଗୀ ଚୌଦ୍ୱାର ବ୍ଳକର ସମସ୍ତ ଚାଷଜମିକୁ ଜଳ ଯୋଗାଣ ପାଇଁ ସାମ୍ବାଦିକ ସମ୍ମିଳନୀ
ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ) : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଳକର ସମସ୍ତ ଚାଷଜମି କୁ ୩୬୫ ଦିନ ଜଳ ଯୋଗାଣ ପାଇଁ ବ୍ଳକ ଅଧିବାସୀ ବୃନ୍ଦ ଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି, ସୂଚନା ମୁତାବକ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ଧରି ଅଂଚଳ ବାସୀ ମାନେ ସେମାନଙ୍କ ର ଚାଷ ପାଇଁ ଉପଯୁକ୍ତ ଜଳ ସଠିକ ଭାବରେ ପାଉନାହାନ୍ତି, ଏ ସଂକ୍ରାନ୍ତରେ ପ୍ରାଥମିକ ସ୍ତରରେ ଡମଣୀ ପ୍ରୋଜେକ୍ଟ ରେ ଅଧିକ ଜଳ ସଂରକ୍ଷଣ ବ୍ୟବସ୍ଥା ସହ ସଂରକ୍ଷିତ ଜଳ କୁ ପାଖ ପଂଚାୟତ କୁ ପହଂଚିବା, ରାଜ୍ୟ ସରକାର ଙ୍କ ଡ୍ୟାମ ପେରିଫେରିଆଲ ଯୋଜନାରେ ଡମଣୀ ଠାରେ ଏକ ପ୍ରୋଜେକ୍ଟ ନିର୍ମାଣ, ହରିପୁର ଡ୍ୟାମ ରେ ଜଳ ସଂରକ୍ଷଣ ବୃଦ୍ଧି କରିବା, ଛତିଶା ଜଳ ନିଷ୍କାସନ ଠିକ ହେବା ହେବା ସହିତ ବ୍ଳକ ର ପ୍ରାୟ ଦଶ ଗୋଟି ପଂଚାୟତ ରେ ସଠିକ ଭାବେ ଜଳ ଯୋଗାଣ ଭଳି ସମସ୍ୟା ଉପରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏଥିସହିତ ଏହି ସବୁ ସମସ୍ୟା ଗୁଡିକ ର ସ୍ଥାୟୀ ସମାଧାନ କରାଯିବା ସହିତ ବିଭିନ୍ନ ସ୍ଥାନ ରେ ଛୋଟ ବଡ଼ ପାଣି ପ୍ରୋଜେକ୍ଟ ଏବଂ ଆବଶ୍ୟକ ସ୍ଥଳେ ଉଠା ଜଳ ସେଚନ ର ବନ୍ଦୋବସ୍ତ କରାଯିବା ର ଭଳି ପଦକ୍ଷେପ ଆଜିର ସାମ୍ବାଦିକ ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ ବୋଲି ଟାଙ୍ଗୀ ଚୌଦ୍ୱାର ଅଂଚଳ ର ଜଣେ ବରିଷ୍ଠ ସମାଜସେବୀ ଶ୍ରୀ ଦୀପକ ବାରିକ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି, ଅନ୍ୟ ପକ୍ଷ ରେ ଏହି ସମସ୍ୟା ଗୁଡିକ ର ସମାଧାନ ନହେଲେ ଆଗାମୀ ଦିନ ରେ ଏକ ବିରାଟ ଜନ ଆନ୍ଦୋଳନ ର ରୂପ ନେବ ବୋଲି ଅଂଚବାସୀ ମାନେ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି, ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରାହାଟ ଗ୍ରାମ ର ଜୟରାମ ଷଡ଼ଙ୍ଗୀ, ବାଣୀପଦା ର ବାବାଜୀ ଚରଣ ସାହୁ, ଚୌଦ୍ୱାର ଅଂଚଳର ସୌମ୍ୟ ରଞ୍ଜନ ନାୟକ, ଚିତ୍ତ ରଞ୍ଜନ ବେହେରା ଙ୍କ ସମେତ ଟାଙ୍ଗୀ ଚୌଦ୍ୱାର ବ୍ଳକ ର ବିଭିନ୍ନ ପଂଚାୟତ ର ଦଶ ଗୋଟି ପଂଚାୟତ ରୁ ଶତାଧିକ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ.