ଟାଟା ଷ୍ଟିଲର ଏକ ମଜବୁତ ଢାଞ୍ଚାଗତ ପ୍ରବନ୍ଧନ ପ୍ରଣାଳୀ
ଟାଟା ଷ୍ଟିଲର ଏକ ମଜବୁତ ଢାଞ୍ଚାଗତ ପ୍ରବନ୍ଧନ ପ୍ରଣାଳୀ ଓ ଏକ ବ୍ୟବସ୍ଥିତସୁରକ୍ଷିତ ପ୍ରଶାସନ ଢାଞ୍ଚା ରହିଛି, ଯାହାକି ଏହାର ସ୍ୱାସ୍ଥ୍ୟ ଓ ସୁରକ୍ଷା ପଦକ୍ଷେପକୁ ସଂଚାଳିତ କରୁଛି । ଆମେ ନିଜକାର୍ଯ୍ୟକ୍ଷେତ୍ରରେ ଲଗାତାର କରୋନା ଭାଇରସ୍ (କୋଭିଡ-୧୯) ର ସ୍ଥିତି ନିରୀକ୍ଷଣ କରୁଛୁ ଓ ଆମ ହିତାଧିକାରୀଙ୍କ ସହିତ ନିୟମିତ ଭାବେ ଯୋଗାଯୋଗ ସ୍ଥାପନ ସୁନିଶ୍ଚିତ କରୁଛୁ । ଦେଶର ବିଭିନ୍ନସ୍ଥାନରେ ଦ୍ରୁତଗତିରେ ବିସ୍ତାର କରୁଥିବା କରୋନା ଭାଇରସ୍ (କୋଭିଡ-୧୯)ର ସନ୍ଦିଗ୍ଧ/ନିଶ୍ଚିତ ବ୍ୟକ୍ତିଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖିସମସ୍ତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ଉଦ୍ୟମ କରିବା ନିହାତି ଆବଶ୍ୟକ ହୋଇପଡ଼ିଛି ।କରୋନା ଭାଇରସ୍ (କୋଭିଡ-୧୯)ର ମୁକାବିଲା ପାଇଁ ଆମ ପକ୍ଷରୁ ଅନେକ ତ୍ୱରିତ ପଦକ୍ଷେପ ନିଆଯାଇଛି : ୧. କର୍ମଚାରୀମାନଙ୍କ ସମସ୍ତ ଆନ୍ତର୍ଜାତିକ ଓ ଘରୋଇ ବ୍ୟବସାୟିକ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଯାତ୍ରା ସମ୍ପର୍କିତ ପରାମର୍ଶଜାରି କରାଯାଇଛି । ୨. ଗତ ୧୪ ଦିନ ମଧ୍ୟରେ ବିଦେଶ ଯାତ୍ରା କରିଥିବା ସମସ୍ତ କର୍ମଚାରୀ (ନିଜର କିମ୍ବା ଅନ୍ୟ ପରିବାର ସଦସ୍ୟ) ମୁଖ୍ୟତଃ ଚୀନ, ହଂକଂ, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍ସ, ସ୍ପେନ୍ ଓ ଜର୍ମାନୀ ଯାତ୍ରା କରିଥିବା ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଆଗମନ ଦିନ ପରଠାରୁ ନିଜ ବିଭାଗୀୟ ମୁଖ୍ୟ କିମ୍ବା ଟାଟାଷ୍ଟିଲ ମହା ପ୍ରବନ୍ଧକ (ମେଡ଼ିକାଲ ସେବା)ଙ୍କୁ ସୂଚନା ପ୍ରଦାନ ସହିତ ୧୪ ଦିନ ପାଇଁ ନିଜଘରେ ଅଲଗା ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିୟମାବଳୀ ଅନୁସାରେ ସେମାନଙ୍କୁ ଘରୁ କାର୍ଯ୍ୟକରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଘରେ ଅଲଗା ଭାବେ ରହିବା ନୀତି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶଳାୟର ନିୟମାବଳୀ ଅନୁସାରେ ପରିଚାଳିତ କରାଯାଉଛି । ୩. କମ୍ପାନୀ ପକ୍ଷରୁ ଜନ ସମାବେଶ, କାର୍ଯ୍ୟକ୍ରମ, ବନ୍ଧୁମିଳନ, ସାମୁହିକ ବୈଠକଉପରେ କଟକଣା ଲଗାଯାଇଛି । ୪. ସହଯୋଗୀ ଭେଣ୍ଡର ମାନଙ୍କୁ ସାଧାରଣ ବ୍ୟବସାୟିକ କାର୍ଯ୍ୟ ବ୍ୟତୀତ ଅନ୍ୟ ସମୟରେ ଟାଟା ଷ୍ଟିଲ ପରିସରକୁନ ଆସିବା ପାଇଁ ଅନୁରୋଧ କରାଯାଇଛି । ସମସ୍ତ ଭ୍ରମଣକାରୀ ଗେଟ୍ ପାସ୍, ମୁହାଁମୁହିଁ ବୈଠକ, ଅନାବଶ୍ୟକ କାରଖାନା ପରିଦର୍ଶନ, ପ୍ରୋକ୍ୱୋର ମେଣ୍ଟ, ଅର୍ଥ ଓ ହିସାବବିଭାଗକୁ ଅନାବଶ୍ୟକ ପରିଦର୍ଶନ ଓ ଅନ୍ୟ କୌଣସି ଏଜେନ୍ସିର ଯାତ୍ରାକୁ କମ୍ କରିବା ସହିତ ମୋବାଇଲ, ଇମେଲ୍, ଭିଡ଼ିଓ କନ୍ଫରେସିଂ ଭଳି ଡ଼ିଜିଟାଲ ମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।୫. ଟାଟା ଷ୍ଟିଲ କାର୍ଯ୍ୟାଳୟକୁ ଭ୍ରମଣକାରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।କର୍ମଚାରୀଙ୍କୁ ଯଥାସମ୍ଭବ ଉପଲବ୍ଧ ଉପକରଣ ଦ୍ୱାରାଭେଣ୍ଡର, ଯୋଗାଣକାରୀ, ଉପଭୋକ୍ତା ଓ ସହଯୋଗୀଙ୍କୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬. ସମସ୍ତ ନିୟନ୍ତ୍ରଣ କକ୍ଷ, କାର୍ଯ୍ୟାଳୟ ଓ ଚଟାଣ ସଫାକରିବା ବ୍ୟତୀତ କାରଖାନା/ଅଫିସ୍ ମଧ୍ୟରେ ଥିବାସମ୍ପୁର୍ଣ୍ଣ ଅଞ୍ଚଳ/କ୍ୟାଣ୍ଟିନ୍/କ୍ୟାଫେଟେରିଆକୁ ନିୟମିତ ଭାବେ କୀଟାଣୁ ନାଶକ ସ୍ପ୍ରେ ଦ୍ୱାରା ସଫାରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଫିସ୍ ଓ ସମ୍ମିଳନୀ କକ୍ଷରେ ହ୍ୟାଣ୍ଡ ସାନିଟାଇଜର ରଖାଯାଇଛି । ଡ୍ୟୁଟିରେ ଥିବାସମସ୍ତ ବସ୍ ଗୁଡ଼ିକୁ ଦିନକୁ ଦୁଇଥର ସଫା କରାଯାଉଛି । ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ହାଉସ୍କିପିଂ ଦାୟିତ୍ୱରେ ଥିବାକର୍ମଚାରୀଙ୍କୁ ବର୍ଜନ ଯୋଗ୍ୟ ମାସ୍କ ଓ ଗ୍ଲୋବସ୍ ପ୍ରଦାନ କରାଯାଇଛି । ୭. କର୍ମଚାରୀମାନଙ୍କୁ ନିଜଘରୁ କାର୍ଯ୍ୟସ୍ଥଳକୁ ଆସିବା ଓ ଯିବା ପାଇଁ ଯଥାସମ୍ଭବ ସାବର୍ଜନୀନ ପରିବହନ ବ୍ୟବହାରନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ନିଜର ବ୍ୟକ୍ତିଗତ ଯାନବାହନ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି । ଯଦି ଏହାସ ମ୍ଭବପର ନ ହୁଏ, ତେବେ କର୍ମଚାରୀଙ୍କୁ ଘରୁ କାର୍ଯ୍ୟକରିବା/ସ୍ୱତନ୍ତ୍ର ଛୁଟି ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଭେଣ୍ଡର/ଠିକା କର୍ମଚାରୀଙ୍କ ପାଇଁ ସେମାନଙ୍କ ନିଯୁକ୍ତି ଦାତାଙ୍କ ଦ୍ୱାରା ଏହିସୁବିଧା ପ୍ରଦାନ କରାଯାଇପାରିବ ।୮. ସବୁ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ପ୍ରଭାବରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଘରୁ କାର୍ଯ୍ୟକରିବା (ଡବ୍ଲ୍ୟୁଏଫ୍ଏଚ୍)/ କିମ୍ବାସ୍ୱତନ୍ତ୍ର ଛୁଟି ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଆମ ପଞ୍ଜୀକୃତ ଭେଣ୍ଡର ଅଧିନରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଇଛି । ୯ .କମ୍ପାନୀ ପକ୍ଷରୁ ବାୟୋମ୍ୟାଟ୍ରିକ୍ ପ୍ରଣାଳୀ-ଆଧାରିତ ଉପସ୍ଥିତି ରେକର୍ଡ଼ିଂ ବ୍ୟବସ୍ଥା ନିରସ୍ଥ କରାଯିବା ସହିତ ଆରଏଫ୍ଆଇଡ଼ି ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ବଜାୟ ରଖାଯାଇଛି । କମ୍ପାନୀ ପକ୍ଷରୁ ବିଭିନ୍ନସ୍ଥାନରେ ଥିବା ଡିଜିଟାଲ ସୂଚନା କିଓସ୍କେକୁ ଅକ୍ଷମ କରାଯାଇଛି । ୧୦. ଇଣ୍ଟ୍ରାନେଟ୍, ବିଲ୍ବୋର୍ଡ଼ସ୍, ପ୍ରଚାର ପତ୍ରଭଳି ଅନ୍ୟ ଆଭ୍ୟନ୍ତରୀଣ ଯୋଗାଯୋଗ ଚ୍ୟାନେଲ ଦ୍ୱାରା କରୋନା ଭାଇରସ୍ (କୋଭିଡ଼-୧୯) ସମ୍ପର୍କରେ ସଚେତନତା ଅଭିଯାନ ଜାରି ରହିଛି । ବସ୍, କ୍ୟାଣ୍ଟିନ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ କରୋନା ଭାଇରସ୍ ସମ୍ପର୍କିତ ଉଚିତ ଓ ଅନୁଚିତ ପଦକ୍ଷେପ ଓ ହାତ ଧୋଇବା ଶୈଳୀ ଉପରେ ପ୍ରଚାର ପତ୍ରଲ ଗାଯାଇଛି । ୧. ବିଭିନ୍ନ ହିତାଧିକାରୀ (ସ୍ଥାନୀୟ ବାସିନ୍ଦା, ବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ ଓ ସେମାନଙ୍କ ପରିବାର/ନିରାପତ୍ତା ଅଧିକାରୀ ଇତ୍ୟାଦି)ଙ୍କ ଏକ କ୍ଷୁଦ୍ର ଦଳକୁ ନେଇ ସଚେତନତା ଅଧିବେସନର ମଧ୍ୟ ଆୟୋଜନ କରାଯାଉଛି । ୧୨. ବାସ୍ତବିକ ସମୟ ଆଧାରରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରଶ୍ନରଉତ୍ତର ଦେବା ପାଇଁ କର୍ମଚାରୀଙ୍କ ପାଇଁ ହେଲପ୍ଲାଇନ୍ ନମ୍ବର ଓ କ୍ୱୋରିଲିଙ୍କ୍ର ବ୍ୟବସ୍ଥା କରାଯାଇଛି । ୧୩. ଟାଟା ଷ୍ଟିଲମହା ପ୍ରବନ୍ଧକ (ମେଡ଼ିକାଲ ସେବା)ଙ୍କ ପକ୍ଷରୁ ନିୟମିତ ଭାବେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ନିମନ୍ତେ ଚିକିତ୍ସା ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯାଉଛି ।୧୪. ଟାଟା ଷ୍ଟିଲ ଜାମସେଦପୁର ହସ୍ପିଟାଲ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡର କଞ୍ଚା ମାଲ କାର୍ଯ୍ୟ କ୍ଷେତ୍ରରେ ଚିକିତ୍ସା ପ୍ରସ୍ତୁତି (ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣର ଉପଲବ୍ଧତା, ସଂଗ ରୋଧ କେନ୍ଦ୍ର ପ୍ରତିଷ୍ଠା, ପୃଥକୀକରଣ ୱାର୍ଡ଼, ଡାକ୍ତରମାନଙ୍କ ପ୍ରଶିକ୍ଷଣ ଓ ଅନ୍ୟ ମେଡ଼ିକାଲ ଲଜିଷ୍ଟିକ୍)କୁ ସମୀକ୍ଷା କରିବା ପାଇଁ ରୋନା ଭାଇରସ୍ (କୋଭିଡ଼-୧୯) ମେଡ଼ିକାଲ ଟାସ୍କ ଫୋର୍ସ ଗଠନ କରାଯାଇଛି ।