ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଗୋଷ୍ଠୀ କର୍ମୀମାନଙ୍କ ମଧ୍ୟରେମାସ୍କ ବଣ୍ଟନ
ଯୋଡ଼ା (ସମୀର କୁମାର ଦାସ) : କରୋନା ଭାଇରସ୍ (କୋଭିଡ୍-୧୯) ମହାମାରୀକୁ ରୋକିବା ପାଇଁ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଆଜି ପୁନଃ ବ୍ୟବହାର ଯୋଗ୍ୟ ୧୧୫ଟି ମାସ୍କ ଯୋଡ଼ାସ୍ଥିତ ସମନ୍ୱିତ ଶିଶୁବିକାଶସେବା (ଆଇସିଡିଏସ୍) ଓ କମର ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବଣ୍ଟନ କରାଯାଇଛି ।ଏହି ମାସ୍କଗୁଡ଼ିକ ସହାୟକ ନର୍ସ ମିଡ଼ୱାଇଫେରି (ଏଏନ୍ଏମ୍ଏସ୍), ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ିକର୍ମୀ ଓ ପାରାମେଡ଼ିକାଲ କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯିବ । ପୂର୍ବରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କୁ ଏଭଳି ୪୬୬ ମାସ୍କ ପ୍ରଦାନ କରାଯାଇଥିଲା ।