ଟାଟାଷ୍ଟିଲ ପକ୍ଷରୁ ଗୋପାଳପୁର ପ୍ରକଳ୍ପଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଛତ୍ରପୁର : ଟାଟା ଷ୍ଟିଲ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନା ସହ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଗୋପାଳପୁର ଶିଳ୍ପ ପାର୍କରେ ଅବସ୍ଥିତ ଫେରୋକ୍ରୋମ୍ କାରଖାନାରେ କାର୍ଯ୍ୟରତ ପ୍ରାୟ ୪୦ଜଣ ମହିଳା କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେହିପରି ଗୋପାଳପୁର ପ୍ରକଳ୍ପ ଦ୍ୱାରା ପ୍ରଭାବିିତ ଗ୍ରାମର ୧୦୦ରୁ ଊଦ୍ଧ୍ୱର୍ ମହିଳା ଓ ବାଳିକା ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଫେରୋକ୍ରୋମ କାରଖାନା ମୁଖ୍ୟ ବି .ଶ୍ରୀନିବାସ କାର୍ଯ୍ୟରତ ମହିଳାମାନଙ୍କୁ ସମ୍ବୋଧିତ କରିବା ସହିତ ମହିଳାମାନଙ୍କ ସାମର୍ଥ୍ୟ ଉପରେ ମତ ପ୍ରକାଶ କରିଥିଲେ । ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଭାରୋତଳନ କୋଚ୍ ସୀତା କୁମାରୀ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଲୁହାଝର ପଂଚାୟତ ସରପଂଚଞ୍ଚ ଦମୟନ୍ତୀ ରେଡ୍ଡି ଓ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଜସ୍ମିନ ଦାଶ ଅତିଥି ରୂପେ ଯୋଗ ଦେଇଥିଲେ । କାଳିପଲ୍ଲୀ, ବାସନାପୁଟ୍ଟି, ସୀତାରାମପୁର, ସୀତାନଗର, ଟାଟା କଲୋନୀ, ଶୀତଳାପଲ୍ଲୀ, ନରେନ୍ଦ୍ରପୁର, ରଘୁନାଥପୁର, ବ୍ରଜନଗର ଓ ମଡୁଆ ଗ୍ରାମର ମହିଳା ଓ କିଶୋରୀମାନେ ନରେନ୍ଦ୍ରପୁର ପଡିଆରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ଉନ୍ନତମାନ ପାଇଁ ସନ୍ତୁଳନ” ନାମକ ଶୀର୍ଷକରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନରେନ୍ଦ୍ରପୁରଠାରେ ମହିଳା ଓ ବାଳିକାମାନେ ନୃତ୍ୟ, ଗୀତ, ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ମନୋରଞ୍ଜନପୂର୍ଣ୍ଣ ଖେଳର ଆୟୋଜନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର ୧୮ ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ, ଫେରୋକ୍ରୋମ କାରଖାନା, ଟିଏସ୍ଏଏଲ ଓ ଟାଟା ଷ୍ଟିଲ ରୁରାଲ ଡେଭଲପମେଂଟଣ୍ଟ ସୋସାଇଟିର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ