ଟାଟାଷ୍ଟିଲ ପକ୍ଷରୁ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା (ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁବାର ଟାଟା ଷ୍ଟିଲ ଯୋଡ଼ାର ଅଧିକାରୀଙ୍କ ପକ୍ଷରୁ ଆଜି ଏକ ସଚେତନତା ଅଧିବେସନ ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଖଣ୍ଡବନ୍ଧ ଚିଫ୍ ଶ୍ରୀ ଶିରିଶ ଶେଖରଙ୍କ ସହିତ ଖଣ୍ଡବନ୍ଧ ଖଣି ଉପକରଣ ବିଭାଗ ମୁଖ୍ୟ ଶ୍ରୀ ଆରପିଏସ୍ ଯାଦବ, ଖନନ ବିଭାଗ ମୁଖ୍ୟ ଶ୍ରୀ ମନୀଷ କୁମାର, ବରିଷ୍ଠ ପ୍ରବନ୍ଧକ ଶ୍ରୀ ରାଜେନ୍ଦ୍ର ଶତପଥୀ ଓ ଶ୍ରୀ ଅଭୟ କୁମାର ଗୁପ୍ତା, ଯୋଡ଼ା ପୂର୍ବ ଲୌହ ଖଣି ୱେଟ୍ ପ୍ରୋସେସିଂ ବିଭାଗ ପ୍ରବନ୍ଧକ ଶ୍ରୀ ର୍ଗଭ ବିକ୍ରମ ସିଂହ ଓ ପ୍ରଶାସନ ବିଭାଗ ପ୍ରବନ୍ଧକ ଶ୍ରୀ ଷ୍ଟାନଲେ ବେଞ୍ଜାମିନ ଏବଂ ଟାଟା ଷ୍ଟିଲ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍)ର ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ଓ ପରିଚ୍ଛନ୍ନତାର ଗୁରୁତ୍ୱ ଉପରେ ଟାଟା ଷ୍ଟିଲ ଅଧିକାରୀଙ୍କ ପକ୍ଷରୁ ଏକ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅଧିବେସନରେ ଅଧିକାରୀମାନେ ପରିଚ୍ଛନ୍ନତାର ବିଭିନ୍ନ ଦୃଷ୍ଟିକୋଣ ଓ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଉତମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସଚେତନତା ଅଧିବେସନ ବ୍ୟତୀତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଯୋଗ ଅଧିବେସନର ଆୟୋଜନ କରାଯାଇଥିଲା । ଯୋଗର ମୌଳକ ଜ୍ଞାନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ବିଷୟରେ ସୂଚୀତ କରାଯାଇଥିଲା । ଏହି ଅବସରରେ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧ୍ୟୟନ ସାମଗ୍ରୀ ବଣ୍ଟନ କରିଥିଲେ । ଏହାବ୍ୟତୀତ ଟିଏସ୍ଆରଡିଏସ୍ ପକ୍ଷରୁ ଯୋଡ଼ା ପଶ୍ଚିମ ହିନ୍ଦୀ ୟୁପି ବିଦ୍ୟାଳୟରେ ଯୋଡ଼ାଠାରେ ‘ଏକକ ବ୍ୟବହାର ପ୍ଲାଷ୍ଟିକ୍ ତ୍ୟାଗ’ କରିବା ଉପରେ ଏକ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଟିଏସ୍ଆରଡିଏସ୍ ଡଃ ନରେଶ ମୁଣ୍ଡା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଉପରେ ପ୍ଲାଷ୍ଟିକର ପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ