ଟାଟାଷ୍ଟିଲ ପକ୍ଷରୁ ୨୭୯ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ବୃତି ପ୍ରଦାନ
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଭ୍ୟାଲି କ୍ଲବ୍ଠାରେ ଟାଟା ଷ୍ଟିଲ ପକ୍ଷରୁ ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୂସୂଚିତ ଜାତି ଓ ଜନଜାତି ଶ୍ରେଣୀର ୨୭୯ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ “ଟାଟା ଷ୍ଟିଲ ଜ୍ୟୋତି ମେଧା ବୃତି” ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପ-ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏବଂ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓଏମ୍କ୍ୟୁ ବିଭାଗ ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର, ଟାଟା ଷ୍ଟିଲ ଯୋଡ଼ା ଚିଫ୍ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ରହି ମେଧାବୀ ଛାତ୍ରୀଛାତ୍ରଙ୍କୁ ବୃତି ପ୍ରଦାନ କରିଥିଲେ । ଯୋଡ଼ା, ବଡ଼ବିଲ ଓ କେନ୍ଦୁଝର ଅଂଚଳରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତୀ ଛାତ୍ରୀଛାତ୍ରମାନଙ୍କୁ ମୋଟ ୧୪ ଲକ୍ଷ ୨୪ ହଜାର ଟଙ୍କାର ଜ୍ୟୋତି ବୃତି ରାଶି ପ୍ରଦାନ କରାଯାଇଛି ।