ଟାଟାଷ୍ଟିଲ ଯୋଡ଼ା ପକ୍ଷରୁ ୭୬ତମସ୍ୱାଧୀନତା ଦିବସ ପାଳିତ
ଯୋଡ଼ା, (ସମୀର କୁମାର ଦାସ):ଟାଟାଷ୍ଟିଲ ପକ୍ଷରୁଉତ୍ସାହ ଓ ଉଦ୍ଦୀପନା ସହିତଯୋଡ଼ାଠାରେ୭୬ତମ ସ୍ୱାଧୀନତା ଦିବସ ପାଳିତହୋଇଯାଇଛି ।ବର୍ତ୍ତମାନର ଅବସ୍ଥା ଓ ଦେଶରେ କୋଭିଡ଼-୧୯ ର ବଢୁଥିବାସଂଖ୍ୟାକୁ ଦୃଷ୍ଟିରଖିସରକାରଙ୍କ ପକ୍ଷରୁସମସ୍ତ ପ୍ରକାରକାର୍ଯ୍ୟକ୍ରମ ପାଇଁଲାଗୁକରାଯାଇଥିବା ନିୟମାବଳୀର ପାଳନ କରିଏହିସମାରୋହର ଆୟୋଜନ କରାଯାଇଥିଲା ।ଟାଟାଷ୍ଟିଲଯୋଡ଼ାଚିଫ୍ଶ୍ରୀସରୋଜକୁମାରବାନାର୍ଜୀଜେସିଓକାର୍ଯ୍ୟାଳୟରେଜାତୀୟ ପତାକାଉତ୍ତୋଳନ କରିଥିବାବେଳେକମ୍ପାନୀରବରିଷ୍ଠ ଅଧିକାରୀ ଓ କର୍ମଚାରୀସଂଘରକର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେଶ୍ରୀବାନାର୍ଜୀକହିଥିଲେ ଯେ, “ଚଳିତବର୍ଷ ଆମେ ଆଜାଦୀର ଅମୃତମହୋତ୍ସବ ପାଳନ କରୁଛୁ । ଆସନ୍ତୁ ଆମେସମସ୍ତେ ଏକ ଆତ୍ମନିର୍ଭରଶୀଳଭାରତ ଗଠନ ପାଇଁସମସ୍ତରାଷ୍ଟ୍ର ନିର୍ମାଣକାରୀକାର୍ଯ୍ୟକ୍ରମରେ ନିଜରସର୍ବଶ୍ରେଷ୍ଠଯୋଗଦାନ ଦେବା ପାଇଁ ଶପଥ ନେବା ।”
ଏହିସମାରୋହରେ ୩୦ ଜଣ ନିରାପତ୍ତା ଓ ଅଗ୍ନିଶମ ଅଧିକାରୀଙ୍କୁସେମାନଙ୍କରଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା ।ଫେରୋ ଆଲୟେଜକାରଖାନା, ଯୋଡ଼ା ପୂର୍ବଖଣି, ବିଛାକୁଣ୍ଡିଏବଂଖଣ୍ଡବନ୍ଧ ଖଣିରେସମାନ ଭାବେଜାତୀୟ ପତାକଉତ୍ତୋଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହାପରେ ପରବର୍ତ୍ତୀସମୟରେଟାଟାଷ୍ଟିଲଯୋଡ଼ାହସ୍ପିଟାଲରେଭର୍ତ୍ତିରୋଗୀମାନଙ୍କମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା । ଚଳିତମାସର ପ୍ରାରମ୍ଭରେ ‘ଆଜାଦୀ କା ଅମୃତମହୋତ୍ସବ’ ଅଭିଯାନ ଅନ୍ତର୍ଗତକଲାମାଙ୍ଗଖଣିରେ ଏକ ବିଶାଳବୃକ୍ଷରୋପଣ ଅଭିଯାନର ଆୟୋଜନ କରାଯାଇଥିଲା । ଏଥିରେ ୫୦୦ରୁ ଊର୍ଦ୍ଧ୍ୱଚାରାଏବଂବିଭିନ୍ନ ପ୍ରକାରର ଫଳ ଗଛ ରୋପଣକରାଯାଇଥିଲା ।


