ଟାଟା ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ସୁନା ଓ ରୁପାକୁ ନେଇ ଚାରିଟି ନୂଆ ଫଣ୍ଡ୍ ଅଫରର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟାଟା ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ୨ଟି ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଏବଂ ୨ଟି ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ (ଇଟିଏଫ୍‌)ର ଶୁଭାରମ୍ଭ କରାଯାଇଛି । ତାହା ହେଉଛଇ ଟାଟା ଗୋଲ୍ଡ ଇଟିଏଫ୍ ଓପନ୍ ଏଣ୍ଡେଡ୍ ଏକ୍ସଚେଂଜ୍ ଟ୍ରେଡେଣ୍ଡ୍ ଫଣ୍ଡ ଯାହା ଦେଶ ଭିତରେ ସୁନା ମୂଲ୍ୟକୁ ଟ୍ରାକିଂ କରିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୯ ତାରିଖ ପର୍ଯ୍ୟନ୍ତ ଖୋଲାରହିବ । ଟାଟା ଗୋଲ୍ଡ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ହେଉଛି ଏକ ଓପନ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଥରେ ଟାଟା ଗୋଲ୍ଡ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍‌ରେ ନିବେଶ କରାଯିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୧୬ ପର୍ଯ୍ୟନ୍ତ ଖୋଲାରହିବ ।ସେହିପରି, ଟାଟା ସିଲ୍‌ଭର ଇଟିଏଫ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଯାହା ଦେଶ ଭିତରେ ରୁପା ଦାମ୍ ଉପରେ ନଜର ରଖିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୯ ପର୍ଯ୍ୟନ୍ତ ଖୋଲାରହିବ । ଟାଟା ସିଲ୍‌ଭର୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ଟାଟା ସିଲ୍‌ଭର୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍‌ରେ ନିବେଶ କରାଯିବ । ଏହାର ନୂଆ ଫଣ୍ଡ୍ ଅଫର୍ ୨୦୨୪ ଜାନୁଆରି ୨ରୁ ୧୬ ପର୍ଯ୍ୟନ୍ତ ଖୋଲାରହିବ ।ଏହି ପାଣ୍ଠିଗୁଡ଼ିକ ନିବେଶକମାନଙ୍କୁ ସୁନା ଓ ରୁପାରେ ରହିଥିବା ଲାଭ ପ୍ରଦାନ କରିବ । ଏହା ଏଭଳି ଏକ ସଂପତି ଶ୍ରେଣୀ ଯେଉଁଥିରେ କାରବାର ଖର୍ଚ କମ୍ ଥିବା ବେଳେ ଯେକୌଣସି ସମୟରେ ତାହାକୁ ନଗଦ ରାଶିରେ ପରିଣତ କରିହେବ ଏବଂ ଏହାକୁ ପରିଚାଳନା କରିବା ଖର୍ଚ୍ଚ ମଧ୍ୟ ବହୁତ କମ୍ ।ଏ ସମ୍ପର୍କରେ ଟାଟା ଆସେଟ୍ ମ୍ୟାନେଜମେଂଟ୍‌ର ବ୍ୟବସାୟ ମୁଖ୍ୟ-ଇନଷ୍ଟିଚ୍ୟୁସନାଲ୍ କ୍ଲାଏଂଟ୍‌ସ, ବ୍ୟାଙ୍କିଙ୍ଗ ଆଣ୍ଡ୍ ଅଲଟରନେଟିଭ୍ ଇନଭେଷ୍ଟମେଂଟ୍ ଆନନ୍ଦ ବର୍ଦରାଜନ କହିଛନ୍ତି ଯେ, “ଯେତେବେଳେ ବିପଦ କେତେ ଆପଣ ଜାଣିନାହାନ୍ତି, ସେହି ସମୟରେ ବିବିଧତା ଆଣନ୍ତୁ । ଯେତେବେଳେ ଆପଣ ବିପଦ ବିଷୟରେ ଜାଣିବେ ସେହି ସମୟରେ ହେଜ୍ କରନ୍ତୁ । ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ନିବେଶକମାନଙ୍କୁ ବିପଦକୁ ହେଜ୍ କରିବାରେ ସହାୟକ ହେବ । ମୁଦ୍ରାସ୍ଫୀତି ଓ ବିନିମୟ ମୁଦ୍ରା ମୂଲ୍ୟରେ ଅସ୍ଥିରତା ବିରୋଧରେ ସ୍ଥିରତା ପ୍ରଦାନ କରିବାରେ ଏହା ସହାୟକହେବ । ଇକ୍ୱିଟି ଓ ଡେବଟ୍ ବଜାର ଅସ୍ଥିର ରହିବା ସମୟରେ ଏହା ସହାୟକ ହୋଇପାରିବ । ଯଦି ସୁନା ମୂଲ୍ୟ ଉଚ୍ଚ ରହିଛି ଏବଂ ଆଗକୁ ଆହୁରି ବଢ଼ିବାକୁ ଯାଉଛି ତେବେ ନିଜର କରିବାରେ ତାହା ହେଉଛି ଏକ ଶ୍ରେଷ୍ଠ ସଂପତି । ବର୍ଦ୍ଧିତ ଚାହିଦା ଓ କମ୍ ଯୋଗାଣ ଯୋଗୁଁ ଯେକୌଣସି ନିବେଶକଙ୍କ ପୋର୍ଟଫୋଲିଓରେ ଏହା ରହିବା ଦରକାର ।”

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ