ଟାଟା କମ୍ପାନୀ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମଳାଶ ପଦର ଗ୍ରାମ ନିକଟରେ ଟାଟା କମ୍ପାନୀ ଆନୁକୁଲ୍ୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚା ରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ନବନିର୍ମିତ ଆଦର୍ଶ ବିଦ୍ୟାଳୟ କୋଠା ସ୍ଥାନୀୟ ବିଧାୟକ ତଥା ସାଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଉଦଘାଟନ କରିଛନ୍ତି ।, ଟାଟା କମ୍ପାନୀ ଦ୍ୱାରା ପ୍ରାୟ ୫କୋଟି ଟଙ୍କା ର ବ୍ୟୟ ରେ ଏହି ଆଦର୍ଶ ବିଦ୍ୟାଳୟ ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ୧୪ ମାସ ମଧ୍ୟରେ ମନ୍ତ୍ରୀ ଆରୁଖ ଓ ଟାଟା କମ୍ପାନୀ ପରିଚାଳକଙ୍କ ଗତବର୍ଷ ର ପ୍ରତିଶୃତି ଅନୁଯାୟୀ ମିଳିତ ସହଯୋଗ ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଚଳିତ ବର୍ଷ ସମସ୍ତ ବିଦ୍ୟାଳୟଗୁଡିକର ଛୁଟି ସରିବା ପରେ ଏହି ବିଦ୍ୟାଳୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚା ରେ ଓଡିଶା ସରକାର ଙ୍କ ଦ୍ୱାରା ଉପଯୁକ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ, ଷଷ୍ଠ ଶ୍ରେଣୀ ରୁ ଯୁକ୍ତ ୨ ପର୍ୟ୍ୟନ୍ତ ନୂତନ ଶିକ୍ଷାଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ, ପୂର୍ବରୁ ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଳୟ ରେ ଏଡ଼ମିଶନ କରିବା ପାଇଁ ହୋଇଥିବା ଏକ ପ୍ରବେଶିକା ପରୀକ୍ଷା ରେ ପ୍ରାୟ ୯୦୦ ଜଣ ଭାଗନେଇଥିଲେ, ୮୦ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଶିକ୍ଷା ଦାନ ବ୍ୟବସ୍ଥା ଥିବାବେଳେ, ସେଥିରୁ ମାତ୍ର ୫୦ ଜଣ ଛାତ୍ର ଛାତ୍ରୀ ସେହି ପରୀକ୍ଷା ରେ କୃତି ହାସଲ କରିବା ସହିତ ଏହି ବିଦ୍ୟାଳୟ ରେ ପାଠ ପଢିବାର ସୁଯୋଗ ପାଇଛନ୍ତି, ଆଜିର ଏହି ଉଦଘାଟନୀ ଉତ୍ସବ ରେ ମନ୍ତ୍ରୀ ଆରୁଖ ଙ୍କ ସହିତ ଟାଟା କମ୍ପାନୀ ଓଡିଶା ମୂଖ୍ୟ ସଂଜୀବ ଝା, ଟାଟା କମ୍ପାନୀ ଗୋପାଳପୁର ମୂଖ୍ୟ ସୁଶାନ୍ତ ମିଶ୍ର, ଗଞ୍ଜାମ ଜିଲ୍ଲାର ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଭଞ୍ଜନଗର ବ୍ଲକ ଉପାଧକ୍ଷ ଜିତେନ୍ଦ୍ର ଆରୁଖ, ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ, ଏହା ସହିତ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ଶତାଧିକ ପୁରୁଷ, ମହିଳା ଓ ପିଲାମାନେ ମଧ୍ୟ ଆସିଥିଲେ ଏଠାରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଛି ଏବଂ ଏହି କାର୍ୟ୍ୟକ୍ରମ ରେ କିଛି ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ଦିଆଯାଇଛି