ଟାଟା ପାୱାର ପକ୍ଷରୁ ୫୦୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶାରେ ରାଜ୍ୟସ୍ତରୀୟ ଉର୍ଜା ମେଳା ଆୟୋଜିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ରାଜ୍ୟସ୍ତରୀୟ ଉର୍ଜାମେଳା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ୪୭୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଟାଟା ପାୱାରର କ୍ଲବ ଏନର୍ଜୀ ପଦକ୍ଷେପର ଏକ ଅଂଶ ।ଗତ ତିନି ବର୍ଷ ମଧ୍ୟରେ କ୍ଲବ୍ ଏନର୍ଜିର ଉପସ୍ଥିତି ସାରା ଓଡ଼ିଶାରେ ଉଲ୍ଲେଖନୀୟ ଭାବେ ବିସ୍ତାର ହୋଇଛି । ଟାଟା ପାୱାରର ଚାରିଟି ଡିସ୍‌କମ୍‌-ଟିପିସିଓଡିଏଲ୍‌, ଟିପିଡବ୍ଲୁଓଡିଏଲ୍‌, ଟିପିଏନ୍‌ଓଡିଏଲ୍ ଓ ଟିପିଏସ୍‌ଓଡିଏଲ୍ ଜରିଆରେ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ପ୍ରମୁଖ ଅଂଚଳ ଯଥା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଆଦିର ୫୦୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆୟୋଜନ କରାଯାଇଥିବା ଅନେକ ମିନି ଉର୍ଜା ମେଳାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା ।ଓଡ଼ିଶା ଉର୍ଜାମେଳାରେ ବିଜ୍ଞାନ ପ୍ରଦର୍ଶନୀ, ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ ମଡେଲ, ଚିତ୍ରାଙ୍କନ, କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଦକ୍ଷ ପରିବେଶ ପରିଚାଳନା, ସମ୍ବଳର ଗୁରୁତ୍ୱ ଏବଂ ଅଭିନବ ଉପାୟ ଗ୍ରହଣ କରିବାକୁ ଉତ୍ସାହିତ କରାଯାଇଥିଲା । ନ୍ୟୁରୋଡାଇଭର୍ସ ଗୋଷ୍ଠୀକୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଥିବା ଟାଟା ପାୱାରର ପେ ଅଟେନସନ୍ ଅଭିଯାନ ଅନୁଯାୟୀ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ତଥା ସ୍ଥାୟୀତ୍ୱ ଓ ସିଏସ୍‌ଆର ମୁଖ୍ୟ ହିମାଲ ତିୱାରୀଙ୍କ ସମେତ ପଦ୍ମଶ୍ରୀ ପ୍ରାପ୍ତ ସାବରମତୀ ଟିକି ଏବଂ ୟୁନିସେଫ୍‌, ୟୁଏନ୍‌ଡିପି, ଟାଟା ଷ୍ଟିଲ୍‌, ଆଇଏଚ୍‌ସିଏଲ୍‌, ଟିସିଏସ୍ ଏବଂ ଟାଟା ଷ୍ଟ୍ରାଇଭର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍‌, ଏଲ୍‌ଟିଆଇ ମାଇଣ୍ଡଟ୍ରି, ଜେଏସ୍‌ଏଲ୍ , ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ (ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ) ଏବଂ ଲାଇଟ୍ ହାଉସ୍ ଫାଉଣ୍ଡେସନ୍ ଭଳି କର୍ପୋରେଟ୍ ଏବଂ ଏନ୍‌ଜିଓମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ହିମାଲ ତିୱାରୀ କହିଛନ୍ତି ଯେ, “ଟାଟା ପାୱାରର ମିଶନର ମୂଳରେ ସ୍ଥାୟିତ୍ୱ ରହିଛି । ଉର୍ଜାମେଳା ଜରିଆରେ ଆମେ ଏକ ସବୁଜ, ସମାବେଶୀ ଭବିଷ୍ୟତ ଗଠନ କରିବା ପାଇଁ ଯୁବପିଢ଼ିଙ୍କୁ ସଶକ୍ତ କରୁଛୁ । ଆମ କ୍ଲବ୍ ଏନର୍ଜୀ ଅଭିଯାନରେ ଓଡ଼ିଶା ଉଲ୍ଲେଖନୀୟ ଗତି ଏବଂ ସକାରାତ୍ମକ ପ୍ରତିକ୍ରିୟା ଦେଖାଇଛି ଯେଉଁଥିରେ ବିଦ୍ୟାଳୟଗୁଡ଼ିକ ସକ୍ରିୟ ଭାବରେ ସ୍ଥାୟିତ୍ୱକୁ ସମର୍ଥନ କରୁଛନ୍ତି । ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆମ ସହିତ ଯୋଗ ଦେବା ପାଇଁ ଆମେ ଅଧିକ ବିଦ୍ୟାଳୟ ଏବଂ ସଂଗଠନକୁ ଆମନ୍ତ୍ରଣ କରୁଛୁ । ଜଳବାୟୁ ପରିବର୍ତନର ମୁକାବିଲା ଏବଂ ଆମ ପୃଥିବୀର ସୁରକ୍ଷା ପାଇଁ ସୃଜନଶୀଳ ଏବଂ ଅଭିନବ ଭାବରେ ଚିନ୍ତା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ଆମେ ଆମର କ୍ଲବ୍ ଏନର୍ଜୀ ପଦକ୍ଷେପର ସାରମର୍ମକୁ ସୁଦୃଢ଼ କରୁଛୁ ।’’ଏହି ଅବସରରେ ଟାଟା ପାୱାର ପକ୍ଷରୁ ହିନ୍ଦୀ ଓ ଇଂରାଜୀଭାଷାରେ ପୂର୍ବ ସଂସ୍କରଣର ସଫଳତାକୁ ଆଧାର କରି ଓଡ଼ିଆରେ କ୍ଲବ ଏନର୍ଜୀ ସଂରକ୍ଷଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତିକାରେ ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ବ୍ୟବହାରିକ ଉପକରଣ ପ୍ରଦାନ କରାଯାଇଛି । ଏହାକୁ ଓଡ଼ିଆରେ ଉପଲବ୍ଧ କରାଇବା ଦ୍ୱାରା ରାଜ୍ୟର ଯୁବ ଚାମ୍ପିୟନମାନେ ଏହି ଅଭିଯାନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇପାରିବେ ।ଏହି କାର୍ଯ୍ୟକ୍ରମର ଏକ ବିଶେଷ ବୈଶିଷ୍ଟ୍ୟ ଥିଲା ଟାଟା ପାୱାରର ଗଜ ସଂରକ୍ଷଣ ଅଭିଯାନ ଯାହା ଓଡ଼ିଶାରେ ମୂଳ ଏସୀୟ ହାତୀକୁ ସୁରକ୍ଷା ଦେଇ ଜୈବ ବିବିଧତା ଏବଂ ବାସସ୍ଥାନ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିଛି । ଏହି ପଦକ୍ଷେପ ପରିବେଶ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରୁଛି ଏବଂ ଯୁବପିଢ଼ିମାନଙ୍କୁ ପ୍ରାକୃତିକ ପରିବେଶକୁ ଗୁରୁତ୍ୱ ଦେବାକୁ ପ୍ରେରଣା ଦେଉଛି ।୨୦୦୭ ମସିହାରୁ ଭାରତର ୧୫ଟି ରାଜ୍ୟରେ ୧୨୦୦ରୁ ଅଧିକ ବିଦ୍ୟାଳୟକୁ ନିୟୋଜିତ କରିଥିବା ଟାଟା ପାୱାରର କ୍ଲବ୍ ଏନର୍ଜୀ କାର୍ଯ୍ୟକ୍ରମର ମୂଳଦୁଆ ଭାବେ ଓଡ଼ିଶାର ଉର୍ଜାମେଳା ଦାୟିତ୍ୱବାନ, ପରିବେଶ ସଚେତନ ନାଗରିକଙ୍କୁ ସମୃଦ୍ଧ କରିବା ପାଇଁ ଚାଲିଥିବା କମ୍ପାନିର ଅଭିଯାନକୁ ଦର୍ଶାଉଛି । ଶିକ୍ଷାଗତ ମଡ୍ୟୁଲ୍ ଏବଂ ବ୍ୟବହାରିକ କାର୍ଯ୍ୟକଳାପ ମାଧ୍ୟମରେ କ୍ଲବ୍ ଏନର୍ଜୀ ଦେଶବ୍ୟାପୀ ପାଖାପାଖି ପାଂଚ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି ଏବଂ ସେମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ମଧ୍ୟରେ ସକାରାତ୍ମକ ପରିବର୍ତନ ଆଣିବାକୁ ଉତ୍ସାହିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ