ଟାଟା ପାୱାର ବିଦ୍ୟୁତ୍ କମ୍ପାନୀର କାରନାମା, ଦୀର୍ଘଦିନ ଧରି ଅନ୍ଧାରରେ ପେଶି ହେଉଛନ୍ତି ୨ଗୋଟି ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସାଧାରଣଙ୍କୁ ସୁବିଧାରେ ବିଦ୍ୟୁତ ସେବା ଯୋଗାଇବା ପାଇଁ ପୂର୍ବତନ ସରକାର ଟାଟା ପାୱାରକୁ ବିଦ୍ୟୁତର ଦାୟିତ୍ୱ ପ୍ରଦାନ କରିଥିଲେ. ହେଲେ ବିଦୁତ ବିଭାଗର ଇଚ୍ଛା ମୁତାବକ କାର୍ଯ୍ୟ, କେବଳ ବ୍ୟବସାୟିକ ଫାଇଦା ଓ ଅବହେଳା ଯୋଗୁଁ ଗଜପତି ଜିଲ୍ଲାରେ ବହୁ ଲୋକେ ବିଦ୍ୟୁତ ସେବାର ସୁବିଧା ପାଇବା ପରିବର୍ତ୍ତେ ବିଭିନ୍ନ ପ୍ରକାରର ଅସୁବିଧା ଓ ବିଦ୍ୟୁତ ସେବା ନ ପାଇ ହନ୍ତସନ୍ତ ରହିଥିବା ବହୁ ଅଭିଯୋଗ ରହିଛି. ବର୍ତ୍ତମାନ ଟାଟା ପାୱାର ବିଦ୍ୟୁତ କମ୍ପାନୀର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଗତ କିଛି ଦିନ ହେଲା ଗଜପତି ଜିଲ୍ଲାର ୨ ଗୋଟି ଲୋକେ ବିଦ୍ୟୁତ ସେବା ବନ୍ଦ ହେବା ଯୋଗୁଁ ଘନ ଅନ୍ଧକାରରେ ଜୀବନଜାପାନ କରୁଛନ୍ତି. ଘଟଣାରୁ ପ୍ରକାଶ, କାଳବୈଶାଖୀର ଭୀଷଣ ପବନ ଓ ବର୍ଷାରେ ବିଦ୍ୟୁତ ଖୁଣ୍ଟ ଢଳି ସମ୍ପୂର୍ଣ ଭାବେ ଦୁଇଟି ଗାଁର ଲୋକେ ଅନ୍ଧାରରେ ଜୀବନଜାପାନ କରୁଛନ୍ତି, ଏଭଳି ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ଗ୍ରାମପଂଚାୟତର ନୁଆସାହି ଓ ଅନଙ୍ଗପୁର ଗ୍ରାମ ଠାରେ. ଏହି ଦୁଇ ଗାଁର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ,୨ ଗୋଟି ଗ୍ରାମରେ ୬୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛୁ. ଗତ କିଛି ଦିନ ତଳେ କାଳ ବୈଶାଖୀ ଜନିତ ପବନ, ବର୍ଷାରେ ଗାଁ ମଝିରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ସହ ଟ୍ରାନ୍ସଫର୍ମର ଢଳି କୁରା ନାୟକ ନାମକ ଏକ ବ୍ୟକ୍ତିଙ୍କ ଘର ଉପରେ ବିଦ୍ୟୁତ ଖୁଣ୍ଟଟି ପଡିଥିଲା. ଏଥିରେ ଗ୍ରାମବାସୀ ଭୟଭୀତ ହୋଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଗାଁ ମଝିରେ ଥିବା ଟ୍ରାନ୍ସଫର୍ମରକୁ ଭଲ କରିବା ତ ଦୂରର କଥା ହେଲେ ମରାମତି କରିବା ପାଇଁ ମଧ୍ୟ କୌଣସି ବିଦ୍ୟୁତ କର୍ମଚାରୀଆସିନାହାନ୍ତି. ଦୀର୍ଘ ଦିନ ହେଲା ଦୁଇ ଗାଁ ସମ୍ପୂର୍ଣ ଭାବେ ଅନ୍ଧକାର ହୋଇଯାଇଥିବା ବେଳେ ଆମ ପ୍ରତିନିଧି ସ୍ଥାନୀୟ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ଯୋଗାଯଗ ହୋଇପାରିନାହିଁ ବାରମ୍ବାର କଲ କରିବା ପରେ ମଧ୍ୟ ଯନ୍ତ୍ରୀ ମୋବାଇଲ ରିଶିଭ କରିନାହାନ୍ତି , ତେବେ ଗ୍ରାମବାସୀ କହିଛନ୍ତି, ଯଥାଶୀଘ୍ର ଆମ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଇଲେକ୍ଟ୍ରି ଅଫିସ ତାଲା ପକେଇବା ସହ ରାଜରାସ୍ତାରେ ପହଞ୍ଚି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ