ଟାଟା ପାୱାର ର ଜିରୋ ହାର୍ମ କାର୍ଯ୍ୟକ୍ରମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଟି ପି ଏସ ଓ ଡି ଏଲ ଦ୍ୱାରା ମିଶନ ଜିରୋ ହାର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭଞ୍ଜନଗର ଟି ପିଏସ ଓ ଡି ଏଲ ର କର୍ମଚାରୀ ମାନେ ବିଭିନ୍ନ ପ୍ରକାର ସଚେତନ ପୋଷ୍ଟର ଧରି ସହର ପରିକ୍ରମା କରିଥିଲେ।କର୍ମଚାରୀ ଓ ଉଚ୍ଚ ପଦସ୍ତ କର୍ମଚାରୀ ମାନେ କାର୍ଯ୍ୟ କରିବା ସମୟରେ କେଉଁ ପ୍ରକାର ସୁରକ୍ଷା ନୀତି ଅବଲମ୍ଵନ କରିବେ ଓ କେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦେବେ ତାହା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଅନେକ ସମୟରେ ସୁରକ୍ଷା ଓ ନିରାପଦ ବିଦ୍ୟୁତ ଉପକରଣ ବ୍ୟବହାର ଉପରେ ଅବହେଳା ଦୃଷ୍ଟିରୁ ଅନେକ ଗୁଡିଏ ଦୁର୍ଘଟଣା ହୋଉଛି।ଟାଟା ପାବାର ଦ୍ୱାରା ଶୁନ୍ୟ କ୍ଷତି ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଟି ପି ଏସ ଓ ଡି ଏଲ ଦ୍ୱାରା ଜହ୍ନ ମାମୁ ସୁରକ୍ଷା ପୁସ୍ତକ ଉନ୍ମୋଚିତ ହୋଇଥିଲା।ନିଜର ସୁରକ୍ଷା ସହ ପରିବାର ସୁରକ୍ଷା କିପରି ହୋଇ ପାରିବ ଏହି ପୁସ୍ତକ ରେ ସମସ୍ତ ପ୍ରକାର ତଥ୍ୟ ଏଥିରେ ସ୍ଥ।ନିତ ହୋଇଛି |ବିଦ୍ୟୁତ ଉପକରଣ ବ୍ୟବହାର ସମୟରେ ଭଲ ଭାବରେ ପରଖୀ ନିଅନ୍ତୁ | କାର୍ଯ୍ୟ କରିବା ପୂର୍ବରୁ ସୁରକ୍ଷା ଜୋନ ସୃଷ୍ଟି ନିଶ୍ଚିତ କରନ୍ତୁ | ଉଚତାରେ କାମ କରିବା ସମୟରେ ଉପଯୁକ୍ତ ସୀଢୀ ବ୍ୟବହାର କରନ୍ତୁ |


