ଟାଟା-ବାଦାମପାହାଡ ବିଦ୍ୟୁତ ଚାଳିତ ଟ୍ରେନ୍ ଆଜିଠୁ ଗଡିଲା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଏପ୍ରିଲ ୧୩ ତାରିଖଠାରୁ ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଟାଟା-ବାଦାମପାହାଡ ଲାଇନର ବିଦ୍ୟୁତ ଚାଳିତ ଟ୍ରେନ୍ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ରେଳ ୟୁକ୍ରେନ ବିଦ୍ୟୁତିକରଣ କାର୍ଯ୍ୟ ଏବଂ ଅନ୍ୟ ଆନୁସଂଗିକ କାର୍ଯ୍ୟ ଶେଷ ହୋଇଯିବାପରେ ରେଳ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିବା ଅନୁସାରେ ଆଜିଠାରୁ ଟା-ବାଦାମପାହାଡ ବିଦ୍ୟୁତ ଚାଳିତ ଟ୍ରେନ୍ ଗଡିଲା । ୧୯୦୫ ମସିହାରୁ ଟାଟା-ବାଦାମପାହାଡ ରେଳ କୋଇଲାରେ ଚାଲୁଥିବାବେଳେ ପରେ ଡିଜେଲ ରେ ଚାଲୁଥିଲା । ଏହା ବିଦ୍ୟୁତ କରଣ କାର୍ଯ୍ୟକ୍ରମ ହେଲାପରେ ଆଜିଠାରୁ ଟ୍ରେନ ଗଡିଲା ।


